୫୧ଟି ବାଇକ ଜବଦ କରିବା ସହ ପାଞ୍ଚଜଣ କୁଖ୍ୟାତ ବାଇକ ଲୁଟେରାଙ୍କୁ ଗିରଫ କଲା ପୋଲିସ

ନୟାଗଡ଼: ରାଜ୍ୟର ବିଭିନ୍ନ ସ୍ଥାନରୁ ୫୧ଟି ଚୋରା ବାଇକ ଜବତ କରିବା ସହ ପାଞ୍ଚଜଣ କୁଖ୍ୟାତ ବାଇକ ଲୁଟେରାଙ୍କୁ ଗିରଫ କରିଛି ନୟାଗଡ଼ ପୋଲିସ I ଆଜି ଏନେଇ ନୟାଗଡ଼ ଟାଉନ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ନୟାଗଡ଼ ଏସ୍ପି ଅଲେଖ ଚନ୍ଦ୍ର ପାହି I ନୟାଗଡ଼ ଏସ୍ପି ଶ୍ରୀ ପାହିଙ୍କ ନିର୍ଦ୍ଦେଶ କ୍ରମେ ଏସଡିପିଓ ଜୟନ୍ତ ସିହ୍ନାଙ୍କ ନେତୃତ୍ୱରେ ଏକ ବାଇକ ଗ୍ୟାଙ୍ଗ ଅପରେସନ ଟିମ ଗଠନ କରାଯାଇ ଏହି ବଡ଼ ବାଇକି ଲୁଟେରା ଗ୍ୟାଙ୍ଗର ପର୍ଦାଫାଶ କରାଯାଇଥିବା ସୂଚନା ମିଳିଛି I ତେବେ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବିଭିନ୍ନ ସ୍ଥାନରୁ ମୋଟ ୫୧ଟି ଚୋରା ବାଇକ ଜବତ କରାଯିବା ସହ ପାଞ୍ଚ ଜଣ କୁଖ୍ୟାତ ବାଇକ ଲୁଟେରାଙ୍କୁ ନୟାଗଡ଼ ପୋଲିସ ଗିରଫ କରିବାରେ ସଫଳ ହୋଇଛି I ତେବେ ଗିରଫ ବାଇକ ଲୁଟେରା ମାନଙ୍କ ମଧ୍ୟରେ ପୁରୀର ମିଟୁ ଓରଫ ନିଲୁ ପଲେଈ, ନିଆଳି ଅଞ୍ଚଳର ବୁଲୁ ଓରଫ ଅନିଲ ସାହୁ,ଖୋର୍ଦ୍ଧାର ଧୁଷା ଓରଫ ଦୁଷ୍ମନ୍ତ ସାହୁ, ସଂଜୀବ ସାହୁ ଏବଂ ବୌଦ୍ଧର ଋତୁରାଜ ଦୀପ ନାମକ ପାଞ୍ଚ ଜଣ କୁଖ୍ୟାତ ବାଇକ ଲୁଟେରା ରହିଥିବା ସୂଚନା ମିଳିଛି I ତେବେ ସମସ୍ତ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ନିଜର ଗାଡି କାଗଜପତ୍ର ଦେଖାଇ ସମସ୍ତ ଗାଡି ମାଲିକ ମାନେ ସେମାନଙ୍କର ବାଇକ ଥାନାରୁ ନେଇପାରିବେ ବୋଲି ନୟାଗଡ଼ ପୋଲିସ ପକ୍ଷରୁ ସୂଚନା ମିଳିଛି I