Breaking PLUSଦେଶମୁଖ୍ୟ ଖବରରାଜନୀତି

ତାମିଲନାଡୁରେ ରାଜନୈତିକ ଅସ୍ଥିରତା

ସରକାର ଗଠନ ଅଟକିଲେ ସାମୂହିକ ଇସ୍ତଫା ଦେବାକୁ ବିଜୟଙ୍କ ଦଳର ଚେତାବନୀ

ଚେନ୍ନାଇ: ତାମିଲନାଡୁରେ ସରକାର ଗଠନକୁ ନେଇ ରାଜନୈତିକ ସମୀକରଣ ଦିନକୁ ଦିନ ଜଟିଳ ହେଉଛି। ଅଭିନେତା ଥାଲାପତି ବିଜୟଙ୍କ ଦଳ ‘ତାମିଲଗା ଭେଟ୍ରି କାଜଗମ’ (ଟିଭିକେ) ପକ୍ଷରୁ କୁହାଯାଇଛି ଯେ, ଯଦି ଦ୍ରାବିଡ଼ ମୁନେତ୍ର କଳଗମ (ଡିଏମକେ) କିମ୍ବା ଅଲ୍‌ ଇଣ୍ଡିଆ ଅନ୍ନା ଦ୍ରାବିଡ଼ ମୁନେତ୍ର କଳଗମ (ଏଆଇଏଡିଏମକେ) ସରକାର ଗଠନ ପାଇଁ ଉଦ୍ୟମ କରେ, ତେବେ ଟିଭିକେର ସମସ୍ତ ୧୦୮ ବିଧାୟକ ସାମୂହିକ ଭାବେ ଇସ୍ତଫା ଦେବେ।
୨୩୪ ସଦସ୍ୟ ବିଶିଷ୍ଟ ବିଧାନସଭାରେ ଟିଭିକେ ସର୍ବବୃହତ ଦଳ ଭାବେ ଉଭା ହୋଇଥିଲେ ମଧ୍ୟ, ସରକାର ଗଠନ ପାଇଁ ଆବଶ୍ୟକ ବହୁମତରୁ ଦଳ ଏବେ ମଧ୍ୟ ପଛରେ ଅଛି। କଂଗ୍ରେସର ସମର୍ଥନ ପାଇବା ପରେ ଟିଭିକେ ବାମ ଦଳ ଓ ଇଣ୍ଡିଆନ୍‌ ୟୁନିଅନ୍‌ ମୁସଲିମ୍‌ ଲିଗ୍‌ (ଆଇୟୁଏମଏଲ୍‌) ସହ ମଧ୍ୟ ଆଲୋଚନା ଆରମ୍ଭ କରିଛି।
ଏହି ପରିସ୍ଥିତିରେ ଡିଏମକେ ଓ ଏଆଇଏଡିଏମକେ ମଧ୍ୟରେ ସମ୍ଭାବ୍ୟ ବୁଝାମଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଟିଭିକେର ଅଭିଯୋଗ ଅନୁସାରେ, ବିଜୟଙ୍କୁ କ୍ଷମତାରୁ ଦୂରେଇ ରଖିବା ପାଇଁ ଉଭୟ ଦଳ ରଣନୀତି ପ୍ରସ୍ତୁତ କରୁଛନ୍ତି।
ଦଳ ପକ୍ଷରୁ କୁହାଯାଇଛି ଯେ, ଗଣତାନ୍ତ୍ରିକ ପରମ୍ପରା ଅନୁଯାୟୀ ସର୍ବବୃହତ ଦଳକୁ ପ୍ରଥମେ ସରକାର ଗଠନର ସୁଯୋଗ ମିଳିବା ଉଚିତ। ଯଦି ଟିଭିକେ ବିଧାୟକମାନେ ସାମୂହିକ ଇସ୍ତଫା ଦିଅନ୍ତି, ତେବେ ରାଜ୍ୟରେ ବଡ଼ ସାମ୍ବିଧାନିକ ସଙ୍କଟ ସୃଷ୍ଟି ହେବା ସହ ପୁନଃ ନିର୍ବାଚନ ପରିସ୍ଥିତି ଉପୁଜିପାରେ।

Show More

Related Articles

Back to top button