Breaking PLUSଦେଶମୁଖ୍ୟ ଖବରରାଜନୀତି
ତାମିଲନାଡୁରେ ସରକାର ଗଠନ ନେଇ ଦ୍ୱନ୍ଦ୍ୱ: ଫ୍ଲୋର ଟେଷ୍ଟ ଦାବି କରିପାରିବେ କି ରାଜ୍ୟପାଳ?

ଚେନ୍ନାଇ: ତାମିଲନାଡୁ ବିଧାନସଭା ନିର୍ବାଚନ ୨୦୨୬ରେ ଥାଲାପତି ବିଜୟଙ୍କ ଦଳ ‘ତାମିଲଗା ଭେଟ୍ରି କାଜଗମ’ (TVK) ୧୦୮ଟି ଆସନ ଜିତି ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଛି। ତେବେ ୨୩୪ ସଦସ୍ୟ ବିଶିଷ୍ଟ ବିଧାନସଭାରେ ସରକାର ଗଠନ ପାଇଁ ୧୧୮ଟି ଆସନ ଆବଶ୍ୟକ। କଂଗ୍ରେସର ୫ ବିଧାୟକଙ୍କ ସମର୍ଥନ ସତ୍ତ୍ୱେ TVKର ସଂଖ୍ୟା ୧୧୩ରେ ସୀମିତ ରହିଛି।
ଏଭଳି ପରିସ୍ଥିତିରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଅର୍ଲେକର ବିଜୟଙ୍କୁ ବହୁମତ ପ୍ରମାଣ କରିବାକୁ କହିଛନ୍ତି। ଏହାକୁ ନେଇ ରାଜ୍ୟପାଳଙ୍କ ସାମ୍ବିଧାନିକ ଅଧିକାର ଉପରେ ଚର୍ଚ୍ଚା ଜୋର ଧରିଛି।
ସୁପ୍ରିମକୋର୍ଟଙ୍କ ଏସ୍.ଆର୍. ବୋମ୍ମାଇ ରାୟ ଅନୁସାରେ, ବହୁମତ ପରୀକ୍ଷାର ସଠିକ୍ ସ୍ଥାନ ହେଉଛି ବିଧାନସଭାର ଫ୍ଲୋର। ରାଜ୍ୟପାଳ ସିଧାସଳଖ ବହୁମତ ନିଷ୍ପତ୍ତି କରିପାରିବେ ନାହିଁ, କିନ୍ତୁ ସରକାର ଗଠନ ପୂର୍ବରୁ ଦଳ ପାଖରେ ପର୍ଯ୍ୟାପ୍ତ ସମର୍ଥନ ଅଛି କି ନାହିଁ, ତାହାର ପ୍ରାଥମିକ ଆକଳନ କରିପାରିବେ।



