ଅପରାଧଓଡ଼ିଶା

ବାଲିଅନ୍ତା ହତ୍ୟା ମାମଲା: ଗିରଫ ସଂଖ୍ୟା ୫କୁ ବୃଦ୍ଧି, ଅନ୍ୟ ଅଭିଯୁକ୍ତଙ୍କ ଖୋଜ ଜାରି

ଭୁବନେଶ୍ୱର: ବାଲିଅନ୍ତା ସାମୁହିକ ଆକ୍ରମଣ ହତ୍ୟା ମାମଲାରେ ପୋଲିସ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ମୋଟ ଗିରଫ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ଭାଇରାଲ୍ ଭିଡିଓ ଆଧାରରେ ପୋଲିସ ଅନ୍ୟ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବା ସହ ଖୋଜାଖୋଜି ଜାରି ରଖିଛି।
ଗୁରୁବାର ବାଲିଅନ୍ତା ଥାନା ଅନ୍ତର୍ଗତ ଭିଙ୍ଗାରପୁର ଅଞ୍ଚଳରେ ଏହି ଘଟଣା ଘଟିଥିଲା। ଦୁଇ ଯୁବକ ମୋଟରସାଇକେଲ୍‌ରେ ଯାଉଥିବାବେଳେ ଦୁଇ ମହିଳା ଥିବା ଏକ ସ୍କୁଟି ସହ ଧକ୍କା ହୋଇଥିଲା। ପରେ ମହିଳାମାନେ ଯୁବକଙ୍କ ବିରୋଧରେ ଅସଦାଚରଣ ଓ ଯୌନ ନିର୍ଯାତନା ଉଦ୍ୟମ ଅଭିଯୋଗ ଆଣିଥିଲେ।
ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଦୁଇ ଯୁବକଙ୍କୁ ବାଉଁଶରେ ବାନ୍ଧି ନିର୍ମମ ଭାବେ ମାଡ଼ ମାରିଥିଲେ। ଏଥିରେ କଟକ ଅଡଶପୁରର ଓ GRP କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ଯୁବକ ଓମ ପ୍ରକାଶ ରାଉତ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି।
ପୋଲିସ କମିଶନରଙ୍କ ସୂଚନା ଅନୁଯାୟୀ, ଘଟଣାକୁ ନେଇ ବାଲିଅନ୍ତା ଥାନାରେ ଦୁଇଟି ପୃଥକ FIR ରୁଜୁ ହୋଇଛି। ଗୋଟିଏ ମୃତ ସୌମ୍ୟଙ୍କ ବାପାଙ୍କ ପକ୍ଷରୁ ହୋଇଥିବାବେଳେ, ଅନ୍ୟଟି ମହିଳାଙ୍କ ପକ୍ଷରୁ ଦାଖଲ କରାଯାଇଛି।

Show More

Related Articles

Back to top button