ଓଡ଼ିଶାମୁଖ୍ୟ ଖବରରାଜନୀତି

ସୁବାସିନୀଙ୍କ ନିଲମ୍ବନକୁ ବିରୋଧ: ବିଜେଡି ଛାଡ଼ିଲେ ଆଉ ୨ ନେତା

ବିଜେଡିରେ ଅସନ୍ତୋଷ ଦିନକୁ ଦିନ ବଢ଼ୁଥିବା ଦେଖିବାକୁ ମିଳିଛି। ବାଲିଆପାଳ ବ୍ଲକ ଯୁବ ସଭାପତି ସଂଗ୍ରାମ ପରିଡ଼ା ଓ ଛାତ୍ର ସଭାପତି ସୁଶାନ୍ତ ବେହେରା ସଭାପତି ପଦ ସହିତ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ସେମାନେ ବିଧାୟିକା ସୁବାସିନୀ ଜେନାଙ୍କ ନିଲମ୍ବନକୁ ବିରୋଧ କରି ଦଳ ଛାଡ଼ିଥିବା କହିଛନ୍ତି।

ସେହିପରି ବସ୍ତାରେ ମଧ୍ୟ ବିଜେଡିକୁ ଝଟକା ଲାଗିଛି। ତିନିଥରର ବ୍ଲକ ସଭାପତି ଅନୀଲ କୁମାର ମହାନ୍ତି ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି। ସେ ସୁବାସିନୀ ଜେନାଙ୍କ ଉପରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଏହି ପଦକ୍ଷେପ ନେଇଛନ୍ତି।

ଉଲ୍ଲେଖନୀୟ ଯେ, ରାଜ୍ୟସଭା ନିର୍ବାଚନରେ କ୍ରସଭୋଟିଂ ଅଭିଯୋଗରେ ୬ ଜଣ ବିଜେଡି ବିଧାୟକଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା। ଏହା ପରେ ଦଳ ମଧ୍ୟରେ ଅସନ୍ତୋଷ ଅଧିକ ତୀବ୍ର ହୋଇଉଠିଛି।

 

Show More

Related Articles

Back to top button