Breaking PLUSଓଡ଼ିଶାମୁଖ୍ୟ ଖବର
ଶୃଙ୍ଖଳିତ ଓ ସୁରକ୍ଷିତ ରଥଯାତ୍ରା ପାଇଁ ନିଆଯାଇଛି ସ୍ବତନ୍ତ୍ର ପଦକ୍ଷେପ- ପୁରୀ ଏସପି

ପୁରୀ, 5 ମେ- ପାଖେଇ ଆସୁଛି ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା । ରଥଯାତ୍ରା ପ୍ରସ୍ତୁତି ନେଇ ପୁରୀ ଏସ୍ପି ପ୍ରତୀକ ସିଂ ସୂଚନା ଦେଇଛନ୍ତି । ଶୃଙ୍ଖଳିତ ଓ ସୁରକ୍ଷିତ ରଥଯାତ୍ରା ପାଇଁ ନିଆଯାଇଛି ସ୍ବତନ୍ତ୍ର ପଦକ୍ଷେପ ।
ପୁରୀ ଏସ୍ପି ପ୍ରତୀକ ସିଂ କହିଛନ୍ତି ଯେ, ରଥଯାତ୍ରା ପାଇଁ ଖୋଲାଯିବ ଏକାଧିକ କଣ୍ଟ୍ରୋଲ ରୁମ୍ । ସମ୍ପୂର୍ଣ୍ଣ ସିସିଟିଭି ବଳୟ ମଧ୍ୟରେ ରହିବ ବଡ଼ଦାଣ୍ଡ । ବିଭିନ୍ନ ସ୍ଥାନରେ ଏଲଇଡି ସ୍କ୍ରିନ୍ ଲଗାଯାଇ ଶ୍ରଦ୍ଧାଳୁଙ୍କୁ ଦିଆଯିବ ସୂଚନା । ଟ୍ରାଫିକ ନିୟନ୍ତ୍ରଣ ପାଇଁ ଗୁଗଲର ନିଆଯିବ ସହାୟତା ।ଅମାନିଆ ଅଟୋ ଚାଳକଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ ।



