
ଜାତୀୟ ରାଜଧାନୀରେ ଆଜି ରାଜନୀତିକ ଚଞ୍ଚଳତା ବଢ଼ିଛି। ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱଧୀନ ଆମ୍ ଆଦମୀ ପାର୍ଟିକୁ ଏକ ବଡ଼ ଝଟକା ଲାଗିଛି। ଏକାବେଳେ ସାତ ଜଣ ରାଜ୍ୟସଭା ସାଂସଦ ଦଳରୁ ଇସ୍ତଫା ଦେବା ପରେ ଦଳର ସଂଖ୍ୟାବଳ ଗୁରୁତର ଭାବେ କମିଯାଇଛି। ଇସ୍ତଫା ଘୋଷଣା କରିଥିବା ରାଜ୍ୟ ସଭା ଏମପି ରାଘବ ଚଢା, ଅଶୋକ ମିତ୍ତଲ ଏବଂ ସନ୍ଦୀପ ପାଠକ ଶୁକ୍ରବାର ଦିଲ୍ଲୀରେ ପାର୍ଟି ମୁଖ୍ୟ ନୀତିନ ନବୀନଙ୍କ ଉପସ୍ଥିତିରେ ଭାଜପାରେ ଯୋଗ ଦେଇଛନ୍ତି। ବାକି ୫ ଏମପି ହେଉଛନ୍ତି ପୂର୍ୱତନ କ୍ରିକେଟର ହରଭଜନ ସିଂହ, ସ୍ୱାତୀ ମାଲିୱାଲ, ସନ୍ଦୀପ ପାଠକ, ଅଶୋକ ମିତ୍ତଲ, ରାଜିନ୍ଦର ଗୁପ୍ତା ଏବଂ ବିକ୍ରମ ସାହାଣୀ।
ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ସାମ୍ବାଦିକ ସମ୍ମିଳନୀରେ ବିଜେପି ଉପରେ ଗୁରୁତର ଅଭିଯୋଗ ଆଣି କହିଛନ୍ତି ଯେ, ପଞ୍ଜାବରେ ‘ଅପରେସନ୍ ଲୋଟସ୍’ ଚାଲିଛି ଏବଂ ଏହା ଜନମଣ୍ଡଳୀଙ୍କ ସହ ବିଶ୍ୱାସଘାତ ସମାନ। ସେ କହିଛନ୍ତି ଯେ, ଏହି ପଦକ୍ଷେପ ପଛରେ ବଡ଼ ଷଡ଼ଯନ୍ତ୍ର ରହିଛି ଏବଂ ଏହା ଭଗବନ୍ତ ମାନଙ୍କ ସରକାରକୁ ଅସ୍ଥିର କରିବା ପାଇଁ ଚେଷ୍ଟା। ଏହାକୁ ଆମ ଆଦମୀ ପାର୍ଟି ପାଇଁ ଏକ ବଡ଼ ଝଟକା ବୋଲି ବିବେଚନା କରାଯାଉଛି। ରାଜ୍ୟ ସଭା ଏମପି ରାଘବ ଚଢା, ସନ୍ଦୀପ ପାଠକ ଏବଂ ଅଶୋକ ମିତ୍ତଲ ଦଳୀୟ ମୁଖ୍ୟାଳୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଭେଟିଥିଲେ।
ଆପରୁ ଇସ୍ତଫା ଦେବାପରେ ରାଘବ ଚଢ଼ାଙ୍କ ସହ ସନ୍ଦୀପ ପାଠକ ଏବଂ ଅଶୋକ ମିତ୍ତଲ ଭାରତୀୟ ଜନତା ପାର୍ଟିରେ ମିଶିଛନ୍ତି। ନୂଆଦିଲ୍ଲୀ ସ୍ଥିତ ଦଳ ମୁଖ୍ୟାଳୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବିନଙ୍କ ଉପସ୍ଥିତିରେ ୩ ସାଂସଦ ଯୋଗ ଦେଇଛନ୍ତି।ଶ୍ରଣ ସମୟରେ ନିତିନ ନବୀନ ୩ ସାଂସଦଙ୍କୁ ଲଡୁ ଖୁଆଇ ସ୍ୱାଗତ କରିଛନ୍ତି।
ଏହି ଘଟଣା ପରେ ରାଜ୍ୟସଭାରେ ଆପ୍ର ସଂଖ୍ୟା ଅତ୍ୟନ୍ତ କମିଯାଇଛି ଏବଂ ଦଳ ଏବେ ଦୁର୍ବଳ ସ୍ଥିତିରେ ପହଞ୍ଚିଛି। ଏପରି ସମୟରେ ରାଘବ ଚଢ଼ା କହିଛନ୍ତି ଯେ, “ମୁଁ ଠିକ୍ ଲୋକ, କିନ୍ତୁ ଭୁଲ ଦଳରେ ଥିଲି।”



