Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ରାମଦେବଙ୍କୁ ସୁପ୍ରିମ ଝଟ୍କା, ଯୋଗ ଶିବିର ପାଇଁ ସେବା କର ଦେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଯୋଗଗୁରୁ ରାମଦେବଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ସୁପ୍ରମିକୋର୍ଟ ତାଙ୍କୁ ଯୋଗ ଶିବିର ପାଇଁ ସେବା କର ଦେବାକୁ କହିଛନ୍ତି। ସୂଚନାନୁସାରେ ଶୁକ୍ରବାର ସୁପ୍ରିମକୋର୍ଟ ସେବା କର ଅପିଲ ଟ୍ରିବ୍ୟୁନାଲ ନିଷ୍ପତ୍ତିକୁ ବଳବତ୍ତର ରଖିଛନ୍ତି। ଯେଉଁଥିରେ ପତଞ୍ଜଳି ଯୋଗପୀଠ ଟ୍ରଷ୍ଟର ଉଭୟ ଆବାସିକ ଏବଂ ଅଣ-ଆବାସିକ ଯୋଗ ଶିବିର ଆୟୋଜନ ପାଇଁ ନିଆଯାଉଥିବା ପ୍ରବେଶ ଶୁଳ୍କ ଉପରେ ସେବା କର ଭରିବାକୁ ପଡ଼ିବ ବୋଲି କୁହାଯାଇଥିଲା। ଜଷ୍ଟିସ ଅଭୟ ଏସ ଓକା ଏବଂ ଜଷ୍ଟିସ ଉଜ୍ଜ୍ବଲ ଭୂୟାଁଙ୍କ ଖଣ୍ଡପୀଠ ତାଙ୍କ ରାୟରେ କହିଛନ୍ତି ଯେ, ଟ୍ରିବ୍ୟୁନାଲ ଠିକ୍‌ ନିଷ୍ପତ୍ତି ନେଇଛନ୍ତି। ଟ୍ରିବ୍ୟୁନାଲର ଆଦେଶରେ ହସ୍ତକ୍ଷେପ କରିବାର କୌଣସି କାରଣ ନାହିଁ। ତେଣୁ ପତଞ୍ଜଳି ଯୋଗପୀଠ ଟ୍ରଷ୍ଟର ଆବେଦନକୁ ଖାରଜ କରାଯାଉଛି।

ଏଥିସହ କଷ୍ଟମ୍ସ, କଷ୍ଟମ୍ସ ଏକ୍ସାଇଜ୍ ଆଣ୍ଡ ସର୍ଭିସ ଟ୍ୟାକ୍ସ ଆପିଲେଟ ଟ୍ରିବ୍ୟୁନାଲ(ସିଇଏସଟିଏଟି)ର ଆହ୍ଲାବାଦ ବେଞ୍ଚଙ୍କ ଅକ୍ଟୋବର ୫, ୨୦୨୩ ଆଦେଶରେ ହସ୍ତକ୍ଷେପ କରିବାକୁ କୋର୍ଟ ମନା କରି ଦେଇଛନ୍ତି।

Show More

Related Articles

Back to top button