Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି
ରମେଶ ଜେନାଙ୍କ ନିଲମ୍ବନ ରହିବ; ବିଧାୟକ ପଦ ରଦ୍ଦ ପାଇଁ ପଦକ୍ଷେପ

ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ନିଲମ୍ବନ ହଟିବ ନାହିଁ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ରମେଶଙ୍କ ବିଧାୟକ ପଦ ରଦ୍ଦ ପାଇଁ ଚାର୍ଜସିଟ୍ ପ୍ରସ୍ତୁତ ହେଉଛି।
“ବ୍ୟକ୍ତି ନୁହେଁ, ଦଳ ବଡ଼” ବୋଲି ଉଲ୍ଲେଖ କରି ସେ କହିଛନ୍ତି, AICC ନିଷ୍ପତ୍ତିକୁ ବିରୋଧ କରିବା ଠିକ୍ ନୁହେଁ। କ୍ରସ୍ ଭୋଟିଂକୁ ନେଇ ରମେଶ ଜେନାଙ୍କୁ ଆକ୍ରୋଶ କରି ସେ କହିଛନ୍ତି, ଏହା ଦଳୀୟ ଶିଷ୍ଟାଚାର ବିରୋଧୀ।
ଭକ୍ତ ଦାସ ଆହୁରି କହିଛନ୍ତି ଯେ, ଗଞ୍ଜାମରେ କଂଗ୍ରେସ ସଂଗଠନକୁ ମଜବୁତ କରିବା ଉପରେ ଦଳ ଗୁରୁତ୍ୱ ଦେଉଛି ଏବଂ ଆଗାମୀଦିନରେ ଅଧିକ ନୂତନ ନେତା ଆସିବେ।



