ଜିରୋ କାଜୁଆଲିଟି ଲକ୍ଷ୍ୟ – ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର, 27 ଅକ୍ଟୋବର – ମୋନ୍ଥା ମୁକାବିଲା ନେଇ ରାଜସ୍ବ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏସଆରସିଙ୍କ କାର୍ଯ୍ୟଳୟରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ସରକାରୀ ପ୍ରସ୍ତୁତି ନେଇ ବୈଠକରେ ଆଲୋଚନା ହୋଇଛି । ବୈଠକରେ ଉନ୍ନୟନ କମିଶନର, ଏସଆରସି, ଅଗ୍ନିଶମ ବିଭାଗର ଡିଜି, କୃଷି, ଶକ୍ତି ଏବଂ ପୂର୍ତ୍ତ ବିଭାଗର ସଚିବ ଉପସ୍ଥିତ. ପାଣିପାଗ ଏବଂ ଜଳସମ୍ପଦ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।
ବୈଠକ ପରେ ପ୍ରେସ୍ମିଟ୍ରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ, ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି, ପରାମର୍ଶ ମାନନ୍ତୁ । ମାଲକାନଗିରି, ଗଜପତି, ଗଞ୍ଜାମରେ ବର୍ଷା ଆରମ୍ଭ ହୋଇଛି । ବାତ୍ୟା ନିକଟବର୍ତ୍ତୀ ହେଲେ ବର୍ଷାର ପ୍ରଭାବ ଅଧିକ ହେବ । କେହି ଭୟଭୀତ ହୁଅନ୍ତୁ ନାହିଁ, ଜିରୋ କାଜୁଆଲିଟି ଲକ୍ଷ୍ୟ । ମାଲକାନଗିରି ଦେଇ ବାତ୍ୟା ଛତିଶଗଡ଼ ମୁହାଁ ହେବ । ଛତିଶଗଡ଼ରେ ବର୍ଷା ହେଲେ ମହାନଦୀରେ ପାଣି ବଢ଼ିପାରେ । ଏଥିପାଇଁ ଜଳଭଣ୍ଡାରରୁ ପାଣି ନିଷ୍କାସନ କରାଯାଇଛି ।



