Breaking PLUSଅପରାଧଦୁର୍ଘଟଣାଦେଶମୁଖ୍ୟ ଖବର

ସତ୍ୟ ନିକେତନ କୋଠା ଭୁଶୁଡ଼ିବା ମାମଲା: ଆତ୍ମସମର୍ପଣ କଲେ ପିଜି ଅପରେଟର 

୨ ଦିନିଆ ପୁଲିସ ହେପାଜତ

ଦିଲ୍ଲୀର ସତ୍ୟ ନିକେତନରେ ପାଞ୍ଚ ମହଲା କୋଠା ଭୁଶୁଡ଼ିବା ମାମଲାରେ ପିଜି ଅପରେଟର ଶୁଭମ୍‌ ତ୍ୟାଗୀ ଶୁକ୍ରବାର ପଟିଆଲା ହାଉସ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ବୁଧବାର ତାଙ୍କ ଆଗୁଆ ଜାମିନ ଆବେଦନ ଖାରଜ ହେବା ପରେ ସେ ଆତ୍ମସମର୍ପଣ କରିଥିଲେ। ଏହା ମାମଲାରେ ଷଷ୍ଠ ଗିରଫଦାରୀ ବୋଲି ଦିଲ୍ଲୀ ପୁଲିସ କହିଛି।

ଦିଲ୍ଲୀ ପୁଲିସର ଡିସିପି ଅମିତ ଗୋଏଲ ତ୍ୟାଗୀଙ୍କ ଗିରଫଦାରୀ ସମ୍ପର୍କରେ ସୂଚନା ଦେଇଛନ୍ତି। କୋର୍ଟ ଅଧିକ ତଦନ୍ତ ଓ ଉଭୟଙ୍କୁ ସାମ୍ନାସାମ୍ନି ପଚରାଉଚରା ପାଇଁ ଶୁଭମ୍‌ ତ୍ୟାଗୀ ଓ ତାଙ୍କ ସାଥୀ ସୁଧାଂଶୁଙ୍କୁ ଦୁଇ ଦିନ ପାଇଁ ପୁଲିସ ହେପାଜତକୁ ପଠାଇଛନ୍ତି।

ସେପ୍ଟେମ୍ବର ୯ରେ ସୁଧାଂଶୁଙ୍କୁ ଗିରଫ କରାଯାଇଥିଲା। ପିଜି ଭୁଶୁଡ଼ିବା ପରଠାରୁ ଶୁଭମ୍‌ ତ୍ୟାଗୀ ଫେରାର ଥିବାରୁ ତାଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ଘଟଣା ପରେ କ’ଣ ଘଟିଥିଲା ଜାଣିବା ପାଇଁ ପୁଲିସ ସୁଧାଂଶୁଙ୍କ ମୋବାଇଲ୍‌ ଫୋନ୍‌ ରେକର୍ଡ ଓ ଅନଲାଇନ୍‌ ଚାଟ୍‌ ଇତିହାସ ଯାଞ୍ଚ କରୁଛି। ତାଙ୍କ ମୋବାଇଲ୍‌କୁ ଫରେନସିକ୍‌ ପରୀକ୍ଷା ପାଇଁ ପଠାଯାଇଛି।

ଏହି ମାମଲାରେ ପୁଲିସ କୋଠା ମାଲିକଙ୍କ ପୁଅ ମହେଶ, ଶ୍ରମିକ ଠିକାଦାର ସନୋଜ କୁମାର ଏବଂ ପିଜି ଅପରେଟର ସୁଧାଂଶୁଙ୍କୁ ପୂର୍ବରୁ ଗିରଫ କରିଛି। ଏଥିସହ କୋଠା ମାଲିକ ୮୧ ବର୍ଷୀୟ ହରିରାମ ଗୁପ୍ତା ଓ ତାଙ୍କ ୭୫ ବର୍ଷୀୟ ପତ୍ନୀ ଉର୍ମିଳା ମଧ୍ୟ ବିଚାର ବିଭାଗୀୟ ହାଜତରେ ଥିବା ପୁଲିସ ସୂଚନା ଦେଇଛି।

Show More

Related Articles

Back to top button