ଅପରାଧଆଇନ କାନୁନଓଡ଼ିଶାସ୍ୱତନ୍ତ୍ର

ଟଙ୍କା ପାଇଁ ମା’କୁ ପିଟିପିଟି ହତ୍ୟା କଲା ପୁଅ

ଅନୁଗୁଳ: ଟଙ୍କା ପାଇଁ ମା’କୁ ପିଟିପିଟି ହତ୍ୟା କଲା ପୁଅ । କେତୋଟି ଟଙ୍କା ପାଇଁ ବଳି ପଡିଗଲା ମା ର ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଗଡ଼ିଆ ଗାଁ ଦେହୁରୀ ସାହିରେ । ଅଭିଯୁକ୍ତ ଗିରଫ ।

ମିଳିଥିବା ସୂଚନା ମୁତାବକ, ଗତକାଲି ସନ୍ଧ୍ୟାରେ ବାଗଡ଼ିଆ ଗାଁ ଦେହୁରୀ ସାହିର ତୁଷାରକାନ୍ତ ଦେହୁରୀ ନାମକ ଜଣେ ଯୁବକ ନିଜ ମା’ ବିଣାପାଣୀଙ୍କୁ ଟଙ୍କା ମାଗିଥିଲା । କିନ୍ତୁ  ମା’ ଟଙ୍କା ଦେବାକୁ ଅମଙ୍ଗ ହୋଇଥିଲା । ଏହି ସାମାନ୍ୟ କଥାରେ ଉତ୍ତ୍ୟକ୍ତ ହୋଇ ମା’କୁ ପ୍ରବଳ ମାଡ଼ ମାରିଥିଲା ପିଶାଚ ପୁଅ । ଆଜି ସକାଳୁ ଘର ବାହାରେ ତାଲା ପଡ଼ିଥିବା ଦେଖି ଲୋକଙ୍କ ସନ୍ଦେହ ହୋଇଥିଲା । କବାଟ ଫାଙ୍କରେ ଦେଖିଲା ବେଳକୁ ଅଗଣାରେ ବୀଣାପାଣିଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ଏହାପରେ ତୁରନ୍ତ ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଚେଦ କରିବା ସହ ହତ୍ୟାକାରୀ ପୁଅ ଖସି ପଳାଉଥିବା ବେଳେ ଦେବଗଡ ଛକରୁ କାବୁ କରିଛି ।

Show More

Related Articles

Back to top button