Breaking PLUSଓଡ଼ିଶାମୁଖ୍ୟ ଖବର

ସାଉଥ୍ କୋଷ୍ଟ ରେଲୱେ ଯୋଗୁଁ ଓଡ଼ିଶାର କିଛି ହରାଇବାର ନାହିଁ

ଭୁବନେଶ୍ୱର, 6 ମେ- ସାଉଥ୍ କୋଷ୍ଟ ରେଲୱେ ଯୋଗୁଁ ଓଡ଼ିଶାର କିଛି ହରାଇବାର ନାହିଁ  । କ୍ଷତି ହେବା ନେଇ ପ୍ରଚାର ତଥ୍ୟ ଭ୍ରମାତ୍ମକ ଓ ଉଦ୍ଦେଶ୍ୟ ପ୍ରଣୋଦିତ । ଏନେଇ ରେଳ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ।

ବିଭିନ୍ନ ଚର୍ଚ୍ଚା ଲାଗି ରହିବା ପରେ ସାଉଥ୍ କୋଷ୍ଟ ରେଲୱେ ଯୋଗୁଁ ଓଡ଼ିଶାର କିଛି ହରାଇବାର ନାହିଁ ବୋଲି ରେଲୱେ ପକ୍ଷରୁ କୁହାଯାଇଛି । ୱାଲଟିୟର ଡିଭିଜନ୍‌ର ୬୯୬ କିମି ରୁଟ୍‌ ରାୟଗଡ଼ା ଡିଭିଜନ ଅଧୀନରେ ରହିବ । କୋରାପୁଟ୍-ସିଂଗାପୁର ରୋଡ, କୋଟାଭଲାସା-କିରାଣ୍ଡୁଲୁ ରାୟଗଡ଼ା ଡିଭିଜନ  । କୁନେରୁ-ଥେରୁବାଲି, ଗୁଣୁପୁର-ପାରଳାଖେମୁଣ୍ଡି ରାୟଗଡ଼ା ଡିଭିଜନ୍‌ରେ ରହିବ  । ଓଡ଼ିଶାର କୌଣସି ଅଞ୍ଚଳ ଆନ୍ଧ୍ରପ୍ରଦେଶ ଅଧୀନକୁ ଯାଉନାହିଁ ବୋଲି ରେଲୱେ ପକ୍ଷରୁ କୁହାଯାଇଛି ।

Show More

Related Articles

Back to top button