Breaking PLUSମୁଖ୍ୟ ଖବର
ମାଟ୍ରିକ ରେଜଲ୍ଟ ଖରାପ କରିଥିବା ଜିଲ୍ଲାରେ ହେବ ସମୀକ୍ଷା

ଭୁବନେଶ୍ୱର- ମାଟ୍ରିକ ରେଜଲ୍ଟ ଖରାପ କରିଥିବା ଜିଲ୍ଲାରେ ହେବ ସମୀକ୍ଷା । ଏନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି ।
ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାରେ ଚଳିତ ବର୍ଷ ଖରାପ ରେଜଲ୍ଟ ଥିବା ଜିଲ୍ଲାରେ ଗଣଶିକ୍ଷା ବିଭାଗ ସମୀକ୍ଷା କରିବ ବୋଲି ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି। ସମ୍ପୃକ୍ତ ଜିଲ୍ଲାର ପ୍ରଧାନ ଶିକ୍ଷକଙ୍କୁ ନେଇ ଶିକ୍ଷକ ସମ୍ମିଳନୀର ଆୟୋଜନ କରାଯିବ। ସେହିସବୁ ଜିଲ୍ଲାରେ କିପରି ଭଲ ରେଜଲ୍ଟ ହେବ ସେ ନେଇ ଚେଷ୍ଟା କରାଯିବ। ଖରାପ ରେଜଲ୍ଟ ପାଇଁ କେଉଁଠି ଭୁଲ୍ ରହିଛି ତା’ର ସମୀକ୍ଷା ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି।



