Breaking PLUSଦେଶମୁଖ୍ୟ ଖବର
ନିର୍ବାଚନ ପରେ ଜମ୍ମୁ କଶ୍ମୀରକୁ ଦିଆଯିବ ରାଜ୍ୟ ମାନ୍ୟତା-ଶାହ
ଜମ୍ମୁ- ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ବିଧାନସଭା ନିର୍ବାଚନ ପରେ ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ଫେରାଇ ଆଣିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଜମ୍ମୁରେ ଏକ ଜନସଭାକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଜମ୍ମୁ-କଶ୍ମୀରରେ ଆଗାମୀ ବିଧାନସଭା ନିର୍ବାଚନ ଐତିହାସିକ, କାରଣ ଏହା ମୋଦୀ ସରକାରଙ୍କ ଦ୍ୱାରା ଧାରା ୩୭୦ ଉଚ୍ଛେଦ ପରେ ଜାତୀୟ ପତାକା ଏବଂ ସମ୍ବିଧାନ ଅଧୀନରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେଉଛି। କଂଗ୍ରେସ-ନ୍ୟାସନାଲ କନଫରେନ୍ସ ମେଣ୍ଟ ପୁରୁଣା ବ୍ୟବସ୍ଥାକୁ ପୁନରୁଦ୍ଧାର କରିବାକୁ ଉଦ୍ୟମ କରୁଛି ବୋଲି ଶାହା ଅଭିଯୋଗ କରିଛନ୍ତି।