ଆଇନ କାନୁନଦେଶମୁଖ୍ୟ ଖବର

ପଶ୍ଚିମବଙ୍ଗ ଘଟଣାରେ ମମତା ସରକାରକୁ ସୁପ୍ରିମକୋର୍ଟର କଡ଼ା ସତର୍କବାଣୀ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ନ୍ୟାୟିକ ଅଧିକାରୀମାନଙ୍କୁ ଘେରାଉ ଓ ବନ୍ଧକ ରଖାଯାଇଥିବା ଘଟଣାକୁ ନେଇ ସୁପ୍ରିମକୋର୍ଟ ମମତା ସରକାରଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି।
ଖଣ୍ଡପୀଠରେ ବିଚାରପତି ପି.କେ ମିଶ୍ର ଓ ଏନ.ଭି. ଅଞ୍ଜାରିଆ ଶୁଣାଣି କରି କହିଛନ୍ତି ଯେ, ଜଣେ ମୁଖ୍ୟମନ୍ତ୍ରୀଙ୍କ ଏପରି କାର୍ଯ୍ୟ ଗଣତନ୍ତ୍ର ପାଇଁ ବିପଦଜନକ।
ମମତା ବାନାର୍ଜୀଙ୍କ କଥିତ ହସ୍ତକ୍ଷେପ ଉପରେ କୋର୍ଟ ଗଭୀର ଚିନ୍ତା ପ୍ରକାଶ କରି କହିଛନ୍ତି ଯେ, ଚାଲୁଥିବା ତଦନ୍ତରେ ଏପରି ହସ୍ତକ୍ଷେପ କୌଣସି ପରିସ୍ଥିତିରେ ଗ୍ରହଣଯୋଗ୍ୟ ନୁହେଁ।
ଏହି ମାମଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଚାଲିଥିବା ଆଇ-ପ୍ୟାକ୍ ତଦନ୍ତ ସହ ସମ୍ପର୍କିତ। ତଦନ୍ତ ସମୟରେ କିଛି ପ୍ରମାଣ ନଷ୍ଟ ହୋଇଥିବା ଅଭିଯୋଗ ମଧ୍ୟ ଉଠିଛି।
ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ସମ୍ବିଧାନ ଏପରି ହସ୍ତକ୍ଷେପକୁ କେବେ ବି ସ୍ୱୀକାର କରିନଥାଏ ଏବଂ ଏହା ଗଣତନ୍ତ୍ରର ମୂଳ ଗଠନକୁ କ୍ଷତି ପହଞ୍ଚାଏ।
ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତାକାଲି ପାଇଁ ନିର୍ଦ୍ଧାରିତ ହୋଇଛି।

Show More

Related Articles

Back to top button