
ବାଲେଶ୍ୱର ଜିଲ୍ଲାରେ ନୂଆ ଅତିରିକ୍ତ ଜିଲାପାଳ ଭାବେ ତପନ କୁମାର ଖୁଣ୍ଟିଆ ବୁଧବାର ଦିନ ଦାୟିତ୍ୱଭାର ଗ୍ରହଣ କରିଛନ୍ତି। ଓଡ଼ିଶା ପ୍ରଶାସନିକ ସେବାର ଅଧିକାରୀ ତପନ ଖୁଣ୍ଟିଆ ଜିଲାପାଳଙ୍କ କାର୍ଯ୍ୟାଳୟରେ ଯୋଗଦେଇ କାର୍ଯ୍ୟ ଆରମ୍ଭ କରିଛନ୍ତି।
ସେ ପୂର୍ବରୁ ନବରଙ୍ଗପୁର ଜିଲ୍ଲାରେ ଅତିରିକ୍ତ ଜିଲାପାଳ ଭାବେ କାର୍ଯ୍ୟରତ ଥିଲେ। ନୂଆ ଦାୟିତ୍ୱ ଗ୍ରହଣ ପରେ ସେ କହିଛନ୍ତି ଯେ, ସମସ୍ତ ପ୍ରଶାସନିକ ଅଧିକାରୀ, ସରକାରୀ ବିଭାଗ ଓ ଗଣମାଧ୍ୟମର ସହଯୋଗରେ ଜିଲ୍ଲାର ସମଗ୍ର ଉନ୍ନତି ପାଇଁ କାମ କରିବେ।
ଉଲ୍ଲେଖନୀୟ ଯେ, ପୂର୍ବତନ ଅତିରିକ୍ତ ଜିଲାପାଳ ସୁଧାକର ନାଏକଙ୍କ ପଦୋନ୍ନତି ପରେ ବଦଳି ହୋଇଥିବାରୁ ଏହି ପଦବୀ କିଛିଦିନ ଧରି ଖାଲି ଥିଲା।



