ଅପରାଧମୁଖ୍ୟ ଖବର

ଟିସିଏସ୍‌ କାର୍ଯ୍ୟାଳୟ ଘଟଣା: ବଳପୂର୍ବକ ଧର୍ମାନ୍ତରୀକରଣ ଅଭିଯୋଗକୁ ନେଇ ସୁପ୍ରିମକୋର୍ଟରେ ପିଟିସନ

 

ନୂଆଦିଲ୍ଲୀ: ମହାରାଷ୍ଟ୍ରର ନାସିକ ସହରରେ ଥିବା ଟାଟା କନ୍‌ସଲଟାନ୍ସି ସର୍ଭିସ (ଟିସିଏସ୍‌) କାର୍ଯ୍ୟାଳୟରେ ବଳପୂର୍ବକ ଧର୍ମାନ୍ତରୀକରଣ ଓ ଯୌନ ନିର୍ଯାତନା ଅଭିଯୋଗକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଜୋରଦାର ହୋଇଛି। ଏହି ଘଟଣାକୁ ନେଇ ସୁପ୍ରିମକୋର୍ଟରେ ପିଟିସନ ଦାଏର କରାଯାଇଛି।

ବରିଷ୍ଠ ଆଇନଜୀବୀ ଅଶ୍ବିନୀ ଉପାଧ୍ୟାୟ ଦାଏର କରିଥିବା ଏହି ପିଟିସନରେ ବଳପୂର୍ବକ ଧର୍ମାନ୍ତରୀକରଣକୁ ଆତଙ୍କବାଦୀ କାର୍ଯ୍ୟ ଭାବେ ଘୋଷଣା କରିବାକୁ ଦାବି କରାଯାଇଛି।

ପିଟିସନରେ ଉଲ୍ଲେଖ କରାଯାଇଛି ଯେ, କେତେକ ବରିଷ୍ଠ କର୍ମଚାରୀଙ୍କ ଏପରି କାର୍ଯ୍ୟ ଦେଶର ସାର୍ବଭୌମତ୍ୱ, ଧର୍ମନିରପେକ୍ଷତା ଓ ନାଗରିକଙ୍କ ସ୍ୱାଧୀନତାକୁ ହାନି କରୁଛି। ଏହା ଭାଇଚାରା, ଏକତା ଓ ଜାତୀୟ ସଂହତି ପ୍ରତି ବିପଦ ସୃଷ୍ଟି କରୁଥିବା ଏକ ଉଦ୍ଦେଶ୍ୟମୂଳକ ଷଡଯନ୍ତ୍ର ବୋଲି ମଧ୍ୟ ଅଭିଯୋଗ କରାଯାଇଛି।

ଏହାସହିତ, ଏପରି ମାମଲାର ଶୀଘ୍ର ବିଚାର ପାଇଁ ସ୍ୱତନ୍ତ୍ର ଅଦାଲତ ସ୍ଥାପନ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ମଧ୍ୟ ପିଟିସନରେ ଅନୁରୋଧ କରାଯାଇଛି।

ପିଟିସନରେ ସମ୍ବିଧାନର ଧାରା ୨୫ ଉଲ୍ଲେଖ କରି କୁହାଯାଇଛି ଯେ, ପ୍ରତ୍ୟେକ ନାଗରିକଙ୍କୁ ନିଜ ପସନ୍ଦର ଧର୍ମ ଅନୁସରଣ, ପାଳନ ଓ ପ୍ରଚାର କରିବାର ଅଧିକାର ରହିଛି। କିନ୍ତୁ ଏହା ସାମ୍ବିଧାନିକ ସୀମା ମଧ୍ୟରେ ହେବା ଆବଶ୍ୟକ। ବଳପୂର୍ବକ ଧର୍ମାନ୍ତରୀକରଣ ଏକ ଗୁରୁତର ବିଷୟ ହୋଇଥିବା ବେଳେ ଏହାକୁ ନେଇ ରାଜନୈତିକ କରାଯିବା ଉଚିତ୍‌ ନୁହେଁ ବୋଲି ଆବେଦନକାରୀ ମତ ପ୍ରକାଶ କରିଛନ୍ତି।

 

Show More

Related Articles

Back to top button