
ନୂଆଦିଲ୍ଲୀ, କଂଗ୍ରେସ ନେତା ଓ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦ୍ୱୈତ ନାଗରିକତା ଅଭିଯୋଗକୁ ନେଇ ଆଇନି ଜଟିଳତାରେ ପଡ଼ିପାରନ୍ତି। ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଲେ ଆହ୍ଲାବାଦ ହାଇକୋର୍ଟ ର ଲକ୍ଷ୍ନୌ ବେଞ୍ଚ ଏହି ମାମଲାରେ ତାଙ୍କ ବିରୋଧରେ ଏକ ଏଫଆଇଆର ପଞ୍ଜିକରଣ କରିବା ସହିତ ତଦନ୍ତ ଆରମ୍ଭ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଏହି ମାମଲା ପୂର୍ବରୁ ଟ୍ରାଏଲ କୋର୍ଟରେ ଶୁଣାଣି ହୋଇଥିଲା, କିନ୍ତୁ ସେଠାରେ ଏଫଆଇଆର ପଞ୍ଜିକରଣ ସମ୍ବନ୍ଧରେ ନିଷ୍ପତ୍ତି ହୋଇନଥିଲା। ତଥାପି, ହାଇକୋର୍ଟ ଏହି ନିଷ୍ପତ୍ତିକୁ ଖାରଜ କରି କହିଛନ୍ତି ଯେ ମାମଲାର ଗୁରୁତ୍ୱ ଦୃଷ୍ଟିରୁ ତଦନ୍ତ ଅତ୍ୟାବଶ୍ୟକ।
ଶୁଣାଣି ସମୟରେ ଉଭୟ ପକ୍ଷ ତାଙ୍କର ଯୁକ୍ତି କୋର୍ଟ ସମ୍ମୁଖରେ ଉପସ୍ଥାପନ କରିଥିଲେ। ଅଭିଯୋଗ ପକ୍ଷ ଦ୍ୱାରା ରାହୁଲ ଗାନ୍ଧୀଙ୍କ ନାଗରିକତା ସମ୍ପର୍କରେ ପ୍ରଶ୍ନ ଉଠାଯାଇଥିବାବେଳେ, ପକ୍ଷବାଦୀ ତାହାକୁ ଖଣ୍ଡନ କରିଥିଲେ। ଦୀର୍ଘ ବିତର୍କ ପରେ କୋର୍ଟ ଏହା ମନେ କରିଛନ୍ତି ଯେ ଅଭିଯୋଗର ସତ୍ୟତା ଖୋଜିବା ପାଇଁ ତଦନ୍ତ କରାଯିବା ଆବଶ୍ୟକ।
କୋର୍ଟ ତାଙ୍କ ଆଦେଶରେ କହିଛନ୍ତି, “ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଦ୍ୱୈତ ନାଗରିକତା ଅଭିଯୋଗର ତଦନ୍ତ ଆବଶ୍ୟକ ଏବଂ ଏହା ପାଇଁ ଏଫଆଇଆର ପଞ୍ଜିକରଣ କରାଯିବା ଉଚିତ।”
ଏହି ନିର୍ଦ୍ଦେଶ ପରେ ମାମଲା ନୂତନ ମୋଡ଼ ନେଇଛି ଏବଂ ଆଗାମୀ ଦିନରେ ତଦନ୍ତର ଫଳାଫଳ ଉପରେ ସମସ୍ତଙ୍କ ନଜର ରହିବ। ରାଜନୈତିକ ମଞ୍ଚରେ ମଧ୍ୟ ଏହାକୁ ନେଇ ଚର୍ଚ୍ଚା ଜୋରଦାର ହେବା ସମ୍ଭାବନା ରହିଛି।



