ଦୁର୍ଘଟଣାମୁଖ୍ୟ ଖବର

କର୍ଣ୍ଣାଟକରେ ଭୟଙ୍କର ସଡ଼କ ଦୁର୍ଘଟଣା: କାରରେ ନିଆଁ ଲାଗି ୬ ମୃତ

Karnataka

ନୂଆଦିଲ୍ଲୀ: କର୍ଣ୍ଣାଟକର ୟାଦଗିର ଜିଲ୍ଲା ରେ ଘଟିଥିବା ଭୟଙ୍କର ସଡ଼କ ଦୁର୍ଘଟଣାରେ ଛଅ ଜଣ ପ୍ରାଣ ହରାଇଛନ୍ତି। ଶୁକ୍ରବାର ଦିନ ଏକ କାର ଓ ଘରୋଇ ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ପରେ କାରଟିରେ ଅଗ୍ନିକାଣ୍ଡ ଘଟିଥିଲା।

ଘଟଣାରେ କାରଟି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ଭିତରେ ଥିବା ସମସ୍ତ ଛଅ ଜଣ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ତଥାପି ସ୍ଥାନୀୟ ଲୋକମାନେ ଆଉ ଦୁଇ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ପଠାଇଥିଲେ, ଯେଉଁଥିରୁ ଜଣଙ୍କ ଅବସ୍ଥା ଗୁରୁତର ବୋଲି ଜଣାପଡ଼ିଛି।

ପୁଲିସ ସୂଚନାନୁଯାୟୀ, ଦୁର୍ଘଟଣାଟି ସୁରପୁର ତାଲୁକର ଦେବପୁର ନିକଟରେ ଘଟିଥିଲା। କାରଟି ୟାଦଗିରରୁ ରାଇଚୁର ଅଭିମୁଖେ ଯାଉଥିବା ସମୟରେ ବେଙ୍ଗାଲୁରୁରୁ କଳାବୁରାଗି ଅଭିମୁଖେ ଯାଉଥିବା ବସ୍‌ ସହ ଧକ୍କା ହୋଇଥିଲା। ଧକ୍କା ଏତେ ତୀବ୍ର ଥିଲା ଯେ କାର ଓ ବସ୍‌ ଉଭୟରେ ତୁରନ୍ତ ନିଆଁ ଲାଗିଯାଇଥିଲା।

ଘଟଣା ପରେ ଅଗ୍ନିଶମ ଓ ଜରୁରୀ ସେବା କର୍ମଚାରୀମାନେ ଘଟଣାସ୍ଥଳକୁ ପହଞ୍ଚି ନିଆଁ ନିୟନ୍ତ୍ରଣରେ ଆଣିଥିଲେ। ଦୁର୍ଘଟଣାର ସଠିକ୍ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ତଦନ୍ତ ଚାଲିଛି। ମୃତକଙ୍କ ପରିଚୟ ମଧ୍ୟ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

 

Show More

Related Articles

Back to top button