ଓଡ଼ିଶାମୁଖ୍ୟ ଖବର

ଓଏଏସ୍‌ ଅଧିକାରୀଙ୍କ ଅଦଳବଦଳ, ୧୧ ଜଣଙ୍କୁ ବଦଳି

ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ଅଧିକାରୀଙ୍କ ସ୍ତରରେ ରାଜ୍ୟ ସରକାର ଗୁରୁବାର ବଡ଼ ପରିମାଣରେ ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ମୋଟ ୧୧ ଜଣ ଅଧିକାରୀଙ୍କୁ ବଦଳି କରାଯାଇଛି।

ବିଜ୍ଞପ୍ତିରେ ଉଲ୍ଲେଖ ଅନୁଯାୟୀ, ବଦଳି ଆଦେଶ ପ୍ରକାଶ ପାଇବାର ସାତ ଦିନ ମଧ୍ୟରେ ସମ୍ପୃକ୍ତ ଅଧିକାରୀମାନେ ନୂଆ କାର୍ଯ୍ୟସ୍ଥଳରେ ଯୋଗଦେବାକୁ ପଡିବ। ଏହି ସମୟ ମଧ୍ୟରେ ସେମାନଙ୍କୁ ପୁରୁଣା ପଦବୀରୁ କାର୍ଯ୍ୟମୁକ୍ତ କରାଯିବା ଆବଶ୍ୟକ।

ଯଦି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଯୋଗଦାନ ନହେଉ, ତେବେ ଚଳିତ ମାସ ୨୩ ତାରିଖରୁ ସେହି ଅଧିକାରୀମାନେ କେନ୍ଦ୍ରୀୟ ଭାବେ କାର୍ଯ୍ୟମୁକ୍ତ ହୋଇଥିବା ବୋଲି ଗଣାଯିବ ବୋଲି ସ୍ପଷ୍ଟ କରାଯାଇଛି।

 

 

 

Show More

Related Articles

Back to top button