Breaking PLUSଓଡ଼ିଶାମୁଖ୍ୟ ଖବର

ଜାନୁଆରୀ ୧୮ରେ ଚିଲିକାରେ ପକ୍ଷୀ ଗଣନା

ଚିଲିକା ବନ୍ୟପ୍ରାଣୀ ବନଖଣ୍ଡରେ ବିଦେଶାଗତ ପକ୍ଷୀ ଏବଂ ଦେଶୀୟ ପକ୍ଷୀଙ୍କ ଗଣନା କରାଯିବା ପାଇଁ ସମୟ ନିର୍ଘଣ୍ଟ କରାଯାଇଛି। ଚଳିତ ଜାନୁଆରୀ ମାସ ୧୮ ତାରିଖକୁ ଗଣନା ପାଇଁ ଧାର୍ଯ୍ୟ କରାଯାଇଛି। ଅବିଭକ୍ତ ଗଞ୍ଜାମ, ପୁରୀ ଏବଂ ଖୋର୍ଦ୍ଧା ରାଜସ୍ବ ଜିଲ୍ଲାର ଅଂଶବିଶେଷକୁ ନେଇ ୧୧୬୫ ବର୍ଗ କିଲୋମିଟର ପରିବ୍ୟାପ୍ତ ଚିଲିକାର ନୀଳ ଜଳରାଶିକୁ ପ୍ରତିବର୍ଷ ବିଦେଶାଗତ ପକ୍ଷୀମାନେ ଆସିଥାନ୍ତି। ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ୫ଟି ବନାଂଚଳ ବାଲୁଗାଁ, ଟାଙ୍ଗୀ, ରମ୍ଭା, ଚିଲିକା ଏବଂ ସାତପଡ଼ା ଏବଂ ୧୪ଟି ଉପବିଭାଗ ଓ ୪୫ଟି ଚକଲାକୁ ନେଇ ଗଠିତ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button