ଓଡ଼ିଶାକଳା ସଂସ୍କୃତି ଓ ସାହିତ୍ୟପୂଜା ପାର୍ବଣଭକ୍ତିସ୍ୱତନ୍ତ୍ର

ଚଳଚଞ୍ଚଳ ହୋଇ ଉଠିଛି ରଥଖଳା,୨୧ ଦିନରେ ୨୧ଟି ଚକ ନିର୍ମାଣ ଶେଷ

ପୁରୀ : ଚଳଚଞ୍ଚଳ ହୋଇ ଉଠିଛି ରଥଖଳା । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ଖଳାରେ ତିନି ରଥ ନିର୍ମାଣ କାର୍ଯ୍ୟ ଜୋରଦାରରେ ଆଗେଇ ଚାଲିଛି । ୧୯୦ ଜଣ ସେବାୟତ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।  ଭୋଇ ଓ ବିଶ୍ୱକର୍ମାମାନେ ପବିତ୍ର ଭଉଁରୀ ଅବସରରେ ୬ଟି ଚକ ସହିତ ୩ ଟି ଅଖ ସୟଯୋଗ କରିବା ପରେ ଏବେ ଚକ ନିର୍ମାଣ କାର୍ଯ୍ୟ ଜୋର ଧରିଛି। ୩ ରଥର ମୋଟ ୪୨ଟି ଚକ ଭିତରୁ ୨୧ଟି ଚକ ନିର୍ମାଣ କାମ ଶେଷ ହୋଇଛି ।

ସେହିପରି ତିନି ରଥର ପ୍ରଥମ ଓ ଦ୍ୱିତୀୟ ଭୂଇଁ ଚଉତା ଚଉପଟର କାମ ସରିବା ପରେ ତୃତୀୟ ମୁହାଁଟ ଚଉପଟ କାମ ଜାରି ରହିଛି । ରୂପକାର ସେବକମାନେ ତିନି ରଥର ସାଲ ଗୁଜ ଏବଂ ତିଖ ଗୁଜରେ ସିଂହ ବିରାଳ ରୂପ ଖୋଦେଇ ଜାରି ରଖିଛନ୍ତି ।

ଅନ୍ୟପଟେ ସୋମବାର ନରେନ୍ଦ୍ର ପୋଖରୀରେ ମହାପ୍ରଭୁଙ୍କ ହଳଦୀପାଣି ନୀତି ଅନୁଷ୍ଠିତ ହେଉଥିବା ବେଳେ ମଙ୍ଗଳବାରଠାରୁ ଶ୍ରୀମନ୍ଦିରରେ ଭିତର ଚନ୍ଦନଯାତ୍ରା ଆରମ୍ଭ ହେବ।

Show More

Related Articles

Back to top button