Breaking PLUSଖେଳଦେଶ ବିଦେଶମୁଖ୍ୟ ଖବର
ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ଘୋଷଣା ହେଲା ଭାରତୀୟ ଦଳ, ଦଳରେ ତିନି ନୂଆଁ ମୁହଁ
ଟିମ୍ ଇଣ୍ଡିଆ ଚୟନ କମିଟି ଦ୍ୱାରା ଶୁକ୍ରବାର ଦିନ ଇଂଲଣ୍ଡ ବିପକ୍ଷ ଆଗାମୀ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଦିନିକିଆ ଦଳରେ ସୂର୍ଯ୍ୟକୁମାର ଯାଦବ, କ୍ରୁନାଲ ପାଣ୍ଡ୍ୟା ଏବଂ ପ୍ରସିଦ୍ଧ କୃଷ୍ଣାଙ୍କୁ ପ୍ରଥମଥର ପାଇଁ ସୁଯୋଗ ଦିଆଯାଇଛି।

ଟିମ୍ ଇଣ୍ଡିଆ ଚୟନ କମିଟି ଦ୍ୱାରା ଶୁକ୍ରବାର ଦିନ ଇଂଲଣ୍ଡ ବିପକ୍ଷ ଆଗାମୀ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଦିନିକିଆ ଦଳରେ ସୂର୍ଯ୍ୟକୁମାର ଯାଦବ, କ୍ରୁନାଲ ପାଣ୍ଡ୍ୟା ଏବଂ ପ୍ରସିଦ୍ଧ କୃଷ୍ଣାଙ୍କୁ ପ୍ରଥମଥର ପାଇଁ ସୁଯୋଗ ଦିଆଯାଇଛି। ପୁଣେରେ ସମସ୍ତ ମ୍ୟାଚ୍ ଖେଳାଯିବାକୁ ଥିବାବେଳେ ମାର୍ଚ୍ଚ 23 ତାରିଖରୁ ସିରିଜର ପ୍ରଥମ ମ୍ୟାଚ୍ ଆରମ୍ଭ ହେବ | ଦ୍ୱିତୀୟ ଏବଂ ତୃତୀୟ ଦିନିକିଆ 26 ଏବଂ 28 ମାର୍ଚ୍ଚରେ ଖେଳାଯିବ |
ଘୋଷଣା ହୋଇଥିବା ଭାରତୀୟ ଦିନିକିଆ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ-ଅଧିନାୟକ), ଶିଖର ଧାୱନ, ଶୁଭମାନ ଗିଲ, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଋିଷଭ ପନ୍ତ (ୱିକେଟ୍ କିପର), କେ.ଏଲ୍ ରାହୁଲ (ୱିକେଟ୍ କିପର), ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, କ୍ରୁନାଲ ପାଣ୍ଡ୍ୟା, ୱାଶିଂଟନ୍ ସୁନ୍ଦର, ଟି ନଟରାଜନ୍, ଭୁବନେଶ୍ୱର କୁମାର, ମହମ୍ମଦ ସିରାଜ, ପ୍ରସାଦ କୃଷ୍ଣ, ଶାର୍ଦ୍ଦୁଲ ଠାକୁର ।