ପୁରୀ : ସମୁନ୍ଦ୍ର ଜୁଆର ମାଡ଼ରେ ଭାଙ୍ଗିଲା ପୁରୀ- କୋଣାର୍କ ଚନ୍ଦ୍ରଭାଗା କୂଳରେ ହୋଇଥିବା ଅସ୍ଥାୟୀ ବନ୍ଧ । ଚନ୍ଦ୍ରଭାଗା କୂଳରେ ଆସ୍ଥାୟୀ କାଠ ଦିଆଯାଇ ବାଲିବସ୍ତା ବନ୍ଧ ତିଆରି କରାଯାଇଛି। ତେବେ ଅମାବାସ୍ୟାରେ ଜୁଆର ମାଡରେ ଏହି ବନ୍ଧର କିଛି ଅଂଶ ସମୁଦ୍ର ଗର୍ଭକୁ ଭାସିଯାଇଛି । ଫଳରେ ପୁରୀ କୋଣାର୍କ ମେରାଇନ ଡ୍ରାଇଭ୍ ରୋଡ଼ ବିପଦକୁ ଚାଲିଯିବାର ସମ୍ଭାବନା ସୃଷ୍ଟି ହୋଇଛି । ଆଗକୁ ପୂର୍ଣ୍ଣିମା ଥିବାରୁ ସମୁଦ୍ରରେ ଅଧିକ ଜୁଆର ସୃଷ୍ଟି ହେବ । ଅସ୍ଥାୟୀ ବନ୍ଧ ଏବେଠୁ ଜୁଆର ମାଡ଼ରେ ଭାଙ୍ଗି ଯାଇଥିବା ବେଳେ ଆଗକୁ ସ୍ଥିତି ଅଧିକ ସଙ୍ଗୀନ ହୋଇପାରେ ବୋଲି ଆଶଙ୍କ ସୃଷ୍ଟି ହୋଇଛି । ସେତେବେଳେ ବନ୍ଧ କେତେ ସୁରକ୍ଷିତ ରହିବ ତାକୁ ନେଇ ପ୍ରଶ୍ନ ଉଠିଛି । ତେଣୁ ଏବେଠୁ ଯୁଦ୍ଧକାଳୀନ ଭିତ୍ତିରେ ବାଲି ପକାଯାଇ ବନ୍ଧ ମରାମତି କାମ କରାଯାଉଛି। ସୂଚନାଅନୁସାରେ, ବେଧଡ଼କ ବାଲି ଚୋରା ଚାଲାଣ ଯୋଗୁଁ କିଛି ଦିନ ତଳେ ଏହି ସ୍ଥାନରେ ଗାର୍ଡ ୱାଲ ଭାଙ୍ଗିଯାଇଥିଲା । ପରେ ପ୍ରଶାସନ ପକ୍ଷରୁ ଅସ୍ଥାୟୀ ବନ୍ଧ ନିର୍ମାଣ କରାଯାଇଥିଲା। ଏବେ ଜୁଆର ମାଡି ଆସିବା ପରେ ଅସ୍ଥାୟୀ ବାଲିବସ୍ତା ବନ୍ଧ ଯାଇ ସମୂଦ୍ର ଗର୍ଭରେ ପଡିଛି । ଫଳରେ ପୁରୀ କୋଣାର୍କ ମେରାଇନ ଡ୍ରାଇଭ୍ ରୋଡ଼ ପ୍ରତି ବିପଦ ଆଶଙ୍କାକୁ ଟାଳି ହେବନି ବୋଲି ସ୍ଥାନୀୟ ଅଞ୍ଚଳବାସୀ ଆଶଙ୍କା ପ୍ରକଟ କରିଛନ୍ତି ।
Related Articles
Check Also
Close
-
ଆଇପିଏଲ 2025- ଋଷଭ ପନ୍ଥ ସବୁଠୁ ଦାମୀ10 hours ago