Breaking PLUSଅପରାଧଆଇନ କାନୁନଦୁର୍ଘଟଣା
ପାରିବାରିକ କଳହକୁ ନେଇ ବଡ ଭାଇକୁ ହାଣିଲା ସାନ ଭାଇ

ମାନବିକତାକୁ ଭୁଲି ବଡ ଭାଇକୁ ହାଣିଲା ସାନ ଭାଇ । ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ମାଧପୁର ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ କେନ୍ଦ୍ର କରି ବଡ଼ ଭାଇଙ୍କ ଜୀବନ ନେଇଛନ୍ତି ସାନ ଭାଇ। ମୃତକ ଜଣକ ହେଉଛି ମେଘରାୟ ସରେନ ୪୫ବର୍ଷ। ହତ୍ୟାକାରୀ ଭାଇ ଲକ୍ଷ୍ମଣ ସରେନ ବୋଲି ଜଣାପଡ଼ିଛି। ପ୍ରାଥମିକ ସୂଚନା ଅନୁଯାୟୀ, ବଡ଼ ଭାଇ ମେଘରାୟ ପ୍ରାୟତଃ ମଦ ଖାଇ ଘରକୁ ଆସି ପରିବାରର ସଦସ୍ୟଙ୍କୁ ଗାଳିଗୁଳଜ କରୁନ୍ତି। ଶନିବାର ରାତିରେ ବଡ଼ ଭାଇ ନିଶାଶକ୍ତ ଅବସ୍ଥାରେ ଆସିବା ପରେ ସାନ ଭାଇ ଲକ୍ଷ୍ମଣଙ୍କ ସହ କଳହ ହୋଇଥିଲା। ଏଥିରେ ଲକ୍ଷ୍ମଣ ରାଗି ଯାଇ ଏକ ମାଛ କଟା କଟୁରିରେ ବଡ଼ ଭାଇଙ୍କୁ ଚୋଟ ପକାଇଥିଲେ। ଫଳରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରି ହତ୍ୟାକାରୀ ସାନଭାଇ ଲକ୍ଷ୍ମଣଙ୍କୁ ଗିରଫ କରିଛି।



