
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କ୍ୟାବିନେଟରେ ହେବ ପରିବର୍ତ୍ତନ । ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଶିକ୍ଷକ ନିଯୁକ୍ତି ଦୁର୍ନୀତି ଘଟଣାରେ ଗିରଫ ହେବା ପରେ ବିବାଦରେ ମୁଖ୍ୟମନ୍ତ୍ରୀ ମମତା । ଏହି ବିବାଦ ଭିତରେ ସେ ନିଜର କ୍ୟାବିନେଟ ସଂପ୍ରସାରଣ ବା ଅଦଳବଦଳ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ତେବେ ମିଳିଥିବା ସୂଚନା ଅନୁଯାୟୀ,ମମତା ବାନାର୍ଜୀଙ୍କ କ୍ୟାବିନେଟରେ ୫ ଜଣ ନୂଆ ସାମିଲ ହେବେ ଏବଂ କିଛି ପୁରୁଣା ମନ୍ତ୍ରୀଙ୍କ ବିଭାଗ ମଧ୍ୟ ଅଦଳବଦଳ ହେବ । କିନ୍ତୁ ଏ ସଂପର୍କରେ ମମତା କହିଛନ୍ତି, ଆମେ ଆମ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିବୁ। ହେଲେ ମନ୍ତ୍ରିମଣ୍ଡଳ ସଂପୂର୍ଣ୍ଣ ଭାବେ ଅଦଳବଦଳ ହେବନାହିଁ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ପଶ୍ଚିମବଙ୍ଗରେ ଆଉ ୭ଟି ନୂଆ ଜିଲ୍ଲା ଗଠନ ସମ୍ପର୍କରେ ମମତା ଘୋଷଣା କରିଛନ୍ତି। ସେ କହିଛନ୍ତି, ନୂଆ ଜିଲ୍ଲାକୁ ମିଶାଇ ରାଜ୍ୟର ମୋଟ ଜିଲ୍ଲା ସଂଖ୍ୟା ୩୦କୁ ବଢ଼ିଛି। ୭ଟି ନୂଆ ଜିଲ୍ଲାରୁ ୬ଟି ହେଲା ସୁନ୍ଦରବନ, ଇଚ୍ଛାମାଟି, ରାଣାଘାଟ, ବିଷ୍ଣୁପୁର, ଜାଙ୍ଗିପୁର ଓ ବ୍ରହ୍ମପୁର। ସେହିପରି ବସିରହାଟ ରିଜନରେ ଆଉ ଗୋଟିଏ ଜିଲ୍ଲାକୁ ମାନ୍ୟତା ଦିଆଯିବ ବୋଲି ସେ କହିଛନ୍ତି।