Breaking PLUSଓଡ଼ିଶାମୁଖ୍ୟ ଖବର

ବିଧାନସଭା ବଜେଟ୍‌ ଅଧିବେଶନରେ ବିଜୁ ଝଡ଼, ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ବଜେଟ୍‌ ଅଧିବେଶନରେ ବିଜୁ ଝଡ଼। ଆଜି ବି ଚାଲିପାରିନି ବିଧାନସଭା। ବିଜୁ ବାବୁଙ୍କ ପ୍ରତି ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ନେଇ ଗୃହ ମଧ୍ୟରେ ବିରୋଧୀ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିଛନ୍ତି।  ବିଜୁ ବାବୁଙ୍କ ପ୍ରତି ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ନେଇ ପ୍ରଶ୍ନକାଳ ଆରମ୍ଭରୁ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ପ୍ରବଳ ନାରାବାଜି କରିଛନ୍ତି। ସେପଟେ  ଆଜି ଗୃହ ରେ ୨୦୨୬-୨୭ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହେବ । ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ, ନଗର ଉନ୍ନୟନ, ଜଙ୍ଗଲ ଓ ପରିବେଶ ବିଭାଗ, ଗ୍ରାମ୍ୟ ଉନ୍ନୟନ, ଶ୍ରମ ଓ ନିୟୋଜନ ବିଭାଗ ର ପ୍ରଶ୍ନ କାଳ ରହିଛି । ଏସସିବି ଅଗ୍ନିକାଣ୍ଡ ଘଟଣା କୁ ନେଇ ବିରୋଧୀ ୧୭ ତାରିଖ ରୁ ପ୍ରତିବାଦ କରି ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ଇସ୍ତଫା ଦାବିକରି ଆସୁଛନ୍ତି। ଯାହାକୁ ନେଇ ବିଧାନସଭା ରେ ଅଚଳାବସ୍ଥା ଜାରି ରହିଛି ।

Show More

Related Articles

Back to top button