ଓଡ଼ିଶାପାଣିପାଗ

ରାଜ୍ୟରେ କମିଲା ବର୍ଷା , ପାଗରେ ହେବ ପରିବର୍ତ୍ତନ

ରାଜ୍ୟରେ କମିଲା ବର୍ଷା । ଆଜିଠୁ ରାଜ୍ୟରେ ବର୍ଷା କମିବା ସହ ପାଗରେ ପରିବର୍ତ୍ତନ ଦେଖାଦେଇଛି । ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ । କିନ୍ତୁ ୨୧ରେ  ମହାନଦୀ ଉପରମୁଣ୍ଡ ଛତିଶଗଡ଼ର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍ ୱାର୍ଣିଂ ଜାରି କରାଯାଇଛି ।  ଏନେଇ ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ , ରାଜ୍ୟରେ ୨୧ ଓ ୨୨ ତାରିଖରେ ଆଦୌ ବର୍ଷା ନାହିଁ । ତେବେ ୨୩ ଓ ୨୪ରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶା ସମେତ ଉତ୍ତର ଓଡ଼ିଶାର କିଛି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସାମାନ୍ୟ ବର୍ଷା ହୋଇପାରେ । ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, କନ୍ଧମାଳ ଓ କଳାହାଣ୍ଡିର କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ।

ସୂଚନା ଯୋଗ୍ୟ, ଉତ୍ତର ପଶ୍ଚିମ ଓଡ଼ିଶା ଓ ଉତ୍ତର ଛତିଶଗଡ଼ ଅଞ୍ଚଳରେ କେନ୍ଦ୍ରୀଭୂତ ଗଭୀର ଅବପାତ ଝାଡ଼ଖଣ୍ଡ ଦେଇ ଉତ୍ତର ଛତିଶଗଡ଼ରୁ ମଧ୍ୟପ୍ରଦେଶ ଆଡ଼କୁ ମୁହାଁଇଛି । ବର୍ତ୍ତମାନ ଓଡ଼ିଶା ଉପରେ ଏହାର ପ୍ରଭାବ ଦୁର୍ବଳ ହୋଇସାରିଛି ।

 

 

Show More

Related Articles

Back to top button