ବାଣିଜ୍ୟ

ପାମ ଅଏଲ ରପ୍ତାନୀ ଉପରେ ରୋକ ଲଗାଇଲା ଇଣ୍ଡୋନେସିଆ

ଭାରତରେ ଆହୁରି ମହଙ୍ଗା ହେବ ଖାଦ୍ୟ ତେଲ

ବିଶ୍ୱର ସର୍ବ ବୃହତ୍ତ ପାମ ଅଏଲ ରପ୍ତାନୀକାରୀ ଦେଶ ଇଣ୍ଡୋନେସିଆ ତୈଳ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଛି । ଏଣୁ ଭାରତରେ ପୁଣି ଖାଇବା ତେଲ ମୂଲ୍ୟ ମହଙ୍ଗା ହେବ ବୋଲି ଆକଳନ କରାଯାଉଛି। ଇଣ୍ଡୋନେସିଆ ପାମ ଅଏଲର ଉତ୍ପାଦକ ଦେଶ, ହେଲେ ନିଜର ସଂକଟ ସୁଧାରିବାକୁ ଏବେ ରପ୍ତାନୀ ବନ୍ଦ କରିବାକୁ ବାଧ୍ୟ ହୋଇଛି। ଇଣ୍ଡୋନେସିଆରେ ଲିଟରେ ଖାଇବା ତେଲ ଲାଗି ଏବେ ଲୋକଙ୍କୁ ୨୨ ହଜାର ଟଙ୍କା (ସ୍ଥାନୀୟ ମୁଦ୍ରାରେ) ଦେବାକୁ ପଡୁଛି। ଏଣୁ ଦେଶର ଚାହିଦା ପୂରଣ ଲାଗି ସରକାର ରପ୍ତାନୀ ବନ୍ଦ କରିବାକୁ ଘୋଷଣା କରିଛନ୍ତି। ୟୁକ୍ରେନ ଓ ଋଷିଆ ସୂର୍ଯ୍ୟମୁଖୀ ଓ ସୋୟାବିନ ତେଲର ବଡ଼ ଉତ୍ପାଦକ। ବିଶ୍ୱ ବଜାରକୁ ଦୁଇ ଦେଶଙ୍କ ତୈଳ ଯୋଗଦାନ ପ୍ରାୟ ୮୦ ପ୍ରତିଶତ। ତେବେ ଗତ ଫେବୃଆରୀ ୨୪ ତାରିଖରେ ଯୁକ୍ରେନ ଉପରେ ଋଷିଆର ଆକ୍ରମଣ ଘୋଷଣା ବିଶ୍ୱ ବଜାରକୁ ପ୍ରଭାବିତ କରିଛି। ଏଥିରେ ସାରା ଦୁନିଆର ତୈଳ ଲାଗି ଇଣ୍ଡୋନେସିଆ ଉପରେ ନିର୍ଭର କରିବା ସ୍ଥାନୀୟ ବଜାରରକୁ ଅସନ୍ତୁଳିତ କରିଛି। ସୂର୍ଯ୍ୟମୁଖୀ ଓ ସୋୟାବିନ ତେଲର ପାମୋଲିନ ବିକଳ୍ପ ପାଲଟିବା ଇଣ୍ଡୋନେସିଆରେ ଏବେ ଖାଦ୍ୟ ତୈଳ ସଂକଟ ଦେଖା ଦେଇଛି। ଅତ୍ୟାଧିକ ଚାହିଦା ଯୋଗୁ ଇଣ୍ଡୋନେସିଆରେ ପାମୋଲିନ ଏବେ ସୁନା ଦରରେ ବିକ୍ରି ହେଉଛି। ଶ୍ରୀଲଙ୍କା ଭଳି ଇଣ୍ଡୋନେସିଆର ଅର୍ଥ ବ୍ୟବସ୍ଥା ମଧ୍ୟ ବିଗିଡି ଯାଇଛି। ଏଣୁ ଏଠାରେ ଶ୍ରୀଲଙ୍କା ଭଳି ମୂଲ୍ୟବୃଦ୍ଧି ଏବେ ଚିନ୍ତାଜନକ ହୋଇଥିବା ବେଳେ ଯେଉଁ ପାମ ଅଏଲର ନିଜେ ରପ୍ତାନୀକାରୀ ଦେଶ ସେହି ଦେଶରେ ତୈଳ ସୁନା ଦରରେ ବିକ୍ରି ହେଉଛି। ଋଷିଆ ଓ ୟୁକ୍ରେନରୁ ସନଫ୍ଲାୱାର ଓ ସୋୟାବିନ ଅଏଲର ରପ୍ତାନୀ ଅଟକିବା ଯୋଗୁ ଇଣ୍ଡୋନେସିଆ କ୍ଷମତାରୁ ବାହାରକୁ ଯାଇ ପାମଅଏଲ ରପ୍ତାନୀ ଆରମ୍ଭ କରିଦେଇଥିଲା। ଫଳରେ ଇଣ୍ଡୋନେସିଆରେ ହିଁ ତୈଳ ଅଭାବ ହୋଇଯାଇଛ, ଇଣ୍ଡୋନେସିଆରେ ପାମଅଏଲର ଏପରିମୂଲ୍ୟ ବୃଦ୍ଧିର ପ୍ରଭାବ ସାରା ବିଶ୍ୱରେ ଅନୁଭୂତ ହେଉଛି। ଏଥିରେ ମୂଲ୍ୟବୃଦ୍ଧିର ସିଧା ପ୍ରଭାବ ଏବେ ଭାରତ ଉପରେ ପଡିଛି। କାରଣ ଇଣ୍ଡୋନେସିଆରୁ ସବୁଠୁ ଅଧିକ କ୍ରୁଡ ପାମ ଅଏଲ(ସିପିଓ) ଭାରତ ଆମଦାନୀ କରିଥାଏ। ଏହାକୁ ଖାଦ୍ୟ ଉପଯୋଗୀ କରିବା ପରେ ବିଭିନ୍ନ ତୈଳ ସହ ମିଶା ଯାଇଥାଏ।

ଏହା ଛଡା ପାମ ଅଏଲକୁ କସମେଟିକ୍ ଓ ସାବୁନ ପ୍ରସ୍ତୁତିରେ ମଧ୍ୟ ଉପଯୋଗ କରାଯାଉଥିବାରୁ ପରିସ୍ଥିତିକୁ ଅଧିକ ବିକଟ କରିଛି। ଇଣ୍ଡୋନେସିଆ ପାମ ଅଏଲ ଏକ୍ସପୋର୍ଟ ବନ୍ଦ ଘୋଷଣା କରିବା ସହ ଆମେରିକାରେ ସୋୟା ତେଲ ମହଙ୍ଗା ହୋଇଯାଇଛି। ରପ୍ତାନୀ ବନ୍ଦ ଲାଗି ଇଣ୍ଡୋନେସିଆର ଘୋଷଣା ବିଶ୍ୱଲାଗି ଅପ୍ରତ୍ୟାସିତ । ଏଣୁ ଆମେରିକା ପାଇକାରୀ ବଜାରରେ ସୋୟାତେଲ ମୂଲ୍ୟରେ ୩ ପ୍ରତିଶତ ବୃଦ୍ଧି ସହ ପାଉଣ୍ଡ ପିଛା ଦର ୮୪.୦୩ ସେଣ୍ଟର ରେକର୍ଡ ସ୍ତରକୁ ପହଞ୍ଚିଛି। ବିଶ୍ୱରେ ସବୁଠୁ ଅଧିକ ଖର୍ଚ୍ଚ ହେଉଥିବା ତେଲ ହେଉଛି ପାମ ଅଏଲ। ଭାରତ ପ୍ରାୟ ୯୦ ଲକ୍ଷ ଟନ ପାମୋଲିନ ଆମଦାନୀ କରୁଥିବା ବେଳେ ଆବଶ୍ୟକତାର ୭୦ ପ୍ରତିଶତ ଇଣ୍ଡୋନେସିଆରୁ ଆସିଥାଏ। ଏଣୁ ଅଚାନକ ରପ୍ତାନୀ ବନ୍ଦ ଦେଶରେ ପାମ ଅଏଲ ଦରରେ ନିଆଁ ଲଗାଇ ଦେଇଛି।

Show More

Related Articles

Back to top button