Breaking PLUSଓଡ଼ିଶାମୁଖ୍ୟ ଖବର

ଆଜି ମୁଖ୍ୟମନ୍ତ୍ରୀଙ୍କ ଗୁଜରାଟ ଗସ୍ତ

ଭୁବନେଶ୍ୱର, 5 ମେ- ହାଇଦ୍ରାବାଦ ଓ କୋଲକାତା ପରେ ମଙ୍ଗଳବାର ଗୁଜରାଟରେ ରୋଡ୍‌ ଶୋ’ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ନିବେଷକଙ୍କୁ ଆହ୍ବାନ କରିବେ। ଏଥିପାଇଁ ମଙ୍ଗଳବାରଠାରୁ ୭ ତାରିଖ ପର୍ଯ୍ୟନ୍ତ ୩ଦିନିଆ ଗୁଜରାଟ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ। ତାଙ୍କ ସହ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ପ୍ରତିନିଧି ଦଳ ଗୁଜରାଟ ଗସ୍ତ କରିବ। ପୂର୍ବ ଓ ପଶ୍ଚିମ ଭାରତ ମଧ୍ୟରେ ଶିଳ୍ପ ସେତୁ ନିର୍ମାଣ ଲକ୍ଷ୍ୟରେ ଏହି ଗସ୍ତ ଓଡ଼ିଶାରେ ପୁଞ୍ଜି ବିନିଯୋଗ ଆକର୍ଷଣ ଅଭିଯାନକୁ ନୂଆ ଗତି ଦେବ ବୋଲି ଆଶା କରାଯାଉଛି।

Show More

Related Articles

Back to top button