Breaking PLUSଓଡ଼ିଶାଦେଶମୁଖ୍ୟ ଖବର
ପଛୁଆ ବର୍ଗଙ୍କୁ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ଅଭିଯୋଗରେ ଭାରତ ବନ୍ଦ ପାଳନ

ଭୁବନେଶ୍ୱର, 23 ଏପ୍ରିଲ- ଆଜି ଭାରତ ବନ୍ଦ । ପଛୁଆ ବର୍ଗଙ୍କୁ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ଅଭିଯୋଗରେ ଭାରତ ବନ୍ଦ ପାଳନ କରାଯାଉଛି । ଭାରତ ମୁକ୍ତି ମୋର୍ଚ୍ଚା, ST/SC, OBC ମୁକ୍ତିମୋର୍ଚ୍ଚା ପକ୍ଷରୁ ବନ୍ଦ ପାଳନ କରାଯାଉଛି ।
ସକାଳୁ ସକାଳୁ ବିଭିନ୍ନ ସହରରେ ଭାରତ ବନ୍ଦ ପାଳନର ପ୍ରଭାବ ଦେଖିବାକୁ ମିଳିଛି । ସକାଳୁ ସକାଳୁ ଆନ୍ଦୋଳନକାରୀଙ୍କ ପିକେଟିଂ ଆରମ୍ଭ କରିଛନ୍ତି । ମଜବୁତ ୟୁଜିସି ବିଲ୍ ଲାଗୁ କରିବା ଦାବିରେ ବନ୍ଦ ପାଳନ କରାଯାଇଛି ।
ପ୍ରଥମେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଡାକଘରକୁ ବନ୍ଦ କରିଥିଲେ ଆନ୍ଦୋଳନକାରୀ। ଏହା ସହିତ ଯାତାୟାତ କରୁଥିବା ଗାଡି ମୋଟରକୁ ମଧ୍ୟ ବନ୍ଦ କରୁଛନ୍ତି। ଆନ୍ଦୋଳନକାରୀଙ୍କ ମୁଖ୍ୟ ଦାବୀ ହେଉଛି ଜାତି ଭିତ୍ତିକ ଜନଗଣନାରେ ପ୍ରତାରଣା ବନ୍ଦ କରିବା ଏବଂ ଏକ ମଜବୁତ ୟୁଜିସି ବିଲ ଲାଗୁ କରିବା।



