Breaking PLUSଓଡ଼ିଶାଦେଶମୁଖ୍ୟ ଖବରରାଜନୀତି

ରାଉରକେଲା ଆସୁଛନ୍ତି ରାଷ୍ଟ୍ରପତି, ଚାଲିଛି ଜୋରଦାର କାରକେଡ୍ ରିହର୍ସାଲ୍, ଛାଉଣୀ ହେଲାଣି ଫୋର୍ସ

ଆସନ୍ତାକାଲି ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ

ଭୁବନେଶ୍ୱର, 20 ଏପ୍ରିଲ- ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସଜେଇ ହେଉଛି ଇସ୍ପାତ ସହର ରାଉରକେଲା। ଆସନ୍ତା କଲି ରାଉରକେଲା ଗସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏଥିପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏୟାର ପୋର୍ଟ ପାଖ ପଡିଆରେ ଏକ ବିରାଟ କାର୍ଯ୍ୟକ୍ରମ ପାଇଁ ହୋଇଛି ବ୍ୟବସ୍ଥା l

ରାଉରକେଲା ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କାର୍ଯ୍ୟକ୍ରମକୁ ଶାନ୍ତିଶୃଙ୍ଖଳା ସହ ସମାପନ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ୪୫ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ ବୋଲି ପଶ୍ଚିମାଞ୍ଚଳ ଡିଆଇଜି ସୂଚନା ଦେଇଛନ୍ତି।

ରାଷ୍ଟ୍ରପତିଙ୍କ ଗସ୍ତକୁ ସଫଳ କରିବା ପାଇଁ ୬ ଜଣ ଏସ୍‌ପିଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ୫୧ଜଣ ଇନ୍ସପେକ୍ଟର ନିୟୋଜିତ ହେବେ। ଏଥିସହ ୯ଜଣ ଅତିରିକ୍ତ ଏସ୍‌ପି, ୮ଶହ ହୋମଗାର୍ଡ ଏବଂ ୨ଶହରୁ ଊର୍ଦ୍ଧ୍ୱ ବିଭିନ୍ନ ପୋଲିସ କର୍ମଚାରୀ ଉପସ୍ଥିତ ରହିବେ। ପୋଲିସ ପ୍ରଶାସନ ପକ୍ଷରୁ ଟ୍ରାଫିକ ବ୍ୟବସ୍ଥା କଡାକଡି ସାଙ୍ଗକୁ ପାର୍କିଂ ବ୍ୟବସ୍ଥା ସୂଚାର ରୂପେ ପରିଚାଳନା ପାଇଁ ଡିଆଇଜି ନିର୍ଦ୍ଦେଶ ଦେଇଛନ୍ତି।

Show More

Related Articles

Back to top button