
ଭାରସାମ୍ୟ ହରାଇ ଓଲଟିଲା ଛେଳି ବୋଝେଇ ଟ୍ରକ । ଏଭଳି ଘଟଣା ଦେଖିବାକୁ ମିଳିଛି ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ଜାତୀୟ ନମ୍ୱର ଜାତୟ ରାଜପଥ ପାଖାରେ ଥିବା ଆସାମ ପେଟ୍ରୋଲ ପମ୍ପ ନିକଟରେ । ଦୂର୍ଘଟଣା ଫଳରେ ୬ ଆହତ ହୋଇଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ବାଲେଶ୍ୱର ଆଡ଼ୁ ଆସୁଥିବା ଛେଳି ବୋଝେଇ ଟ୍ରକଟି ଭାରସାମ୍ୟ ହରାଇ ଜାତୀୟ ରାଜପଥରେ ଓଲଟି ପଡିଥିଲା। ଫଳରେ ଡ୍ରାଇଭର ଓ ହେଲପରଙ୍କ ସହିତ ଅନ୍ୟ ୨ ଜଣ ଲୋକ ଗାଡି ଭିତରେ ଫସି ରହିଥିଲେ।
ପରେ ତୁରନ୍ତ ସ୍ଥାନୀୟ ଲୋକ ଏବଂ ପୋଲିସ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଛନ୍ତି। ଭଣ୍ଡାରିପୋଖରୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଜାତୀୟ ରାଜପଥ ଉପରୁ ଗାଡିକୁ ହଟାଇବା ପାଇଁ ପ୍ରୟାସ ଜାରି ରଖିଛି।