Breaking PLUSଓଡ଼ିଶାମୁଖ୍ୟ ଖବର
ମହାନଦୀରେ ବୁଡି ଯାଇ ୨ ମୃତ

ମହାନଦୀରେ ବୁଡି ଯାଇ ୨ ମୃତ। ନିଖୋଜ ହୋଇଥିବା ଏହି ୨ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଏସସିବି ମେଡିକାଲ ନିଆଯାଇଥିଲା। ସେଠାରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ଏହି ଅଘଟଣ ଯୋବ୍ରା ଆନିକଟ ନିକଟରେ ଗୁରୁବାର ଘଟିଛି। ୬ ଜଣ ଯୁବକ ଗାଧୋଉଥିବା ବେଳେ ଜଣଙ୍କୁ ଉଦ୍ଧାର କରାଯାଇଥିଲା ଓ ଅନ୍ୟ ୨ ଜଣ ନିଖୋଜ ହୋଇଯାଇଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ୨ ନିଖୋଜ ଯୁବକଙ୍କୁ ଖୋଜାଖୋଜି ଆରମ୍ଭ କରି ଦେଇଥିଲେ। ଉକ୍ତ ଯୁବକମାନେ ଛିନ୍ନମସ୍ତା କାଳୀ ମନ୍ଦିର ନିକଟରେ ଗାଧୋଉଥିବା ବେଳେ ସେମାନେ ସ୍ଥାନୀୟ ନଦୀକୂଳ ସାହିର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।