Breaking PLUSଓଡ଼ିଶାମୁଖ୍ୟ ଖବର
ଛୁଟିରେ ଯାଇ ଝାରପଡ଼ା ଜେଲ୍କୁ ଫେରୁ ନାହାନ୍ତି ୨ କଏଦୀ

ଭୁବନେଶ୍ୱର: ଛୁଟିରେ ଯାଇ ଝାରପଡ଼ା ଜେଲ୍କୁ ଫେରୁ ନାହାନ୍ତି ୨ କଏଦୀ । ହତ୍ୟାକାରୀ ଫୁଲବାଣୀର ସୁଶୀଲ ଦିଗଲ ବର୍ଷେ ହେଲା ଜେଲ୍ ଫେରିନି ।ଦୁଷ୍କର୍ମକାରୀ ଢେଙ୍କାନାଳର ରଞ୍ଜିତ ନାୟକ ଅକ୍ଟୋବର ମାସରୁ ଫେରାର । ହତ୍ୟା ମାମଲାରେ ଆଜୀବନ ସଜା କାଟୁଥିଲା ସୁଶୀଲ । ଦୁଷ୍କର୍ମ ମାମଲାରେ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ଥିଲା ରଞ୍ଜିତ । ରାଜ୍ୟର ବିଭିନ୍ନ ଜେଲ୍ରୁ ୫୦ରୁ ଊର୍ଦ୍ଧ୍ୱ କଏଦୀ ଛୁଟିରେ ଯାଇ ଫେରି ନାହାନ୍ତି । ଯାହାକୁ ନେଇ ହାଇକୋର୍ଟ ମଧ୍ୟ ଉଦ୍ବେଗ ପ୍ରକାଶ କରିଥିଲେ ।


