Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବରରାଜନୀତି

ଉତ୍ତରପ୍ରଦେଶ ନିର୍ବାଚନ ଲାଗି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଭାରୀ ଦାୟିତ୍ୱ

ବିଧାନସଭା ନିର୍ବାଚନ ପାଇଁ ପ୍ରଭାରୀଙ୍କ ନାମ ବିଜେପି ଘୋଷଣା କରିଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିର୍ବାଚନ ପ୍ରଭାରୀ ଦାୟିତ୍ୱ ଦିଆଯାଇଛି। ଅନୁରାଗ ଠାକୁର, ସରୋଜ ପାଣ୍ଡେ ଏବଂ ଅର୍ଜୁନ ରାମ ମେଘୱାଲଙ୍କୁ ୟୁପିର ସହ-ନିର୍ବାଚନ ପ୍ରଭାରୀ ଦାୟିତ୍ୱ ଦିଆଯାଇଛି।

ବିଧାନସଭା ନିର୍ବାଚନ ପାଇଁ ପ୍ରଭାରୀଙ୍କ ନାମ ବିଜେପି ଘୋଷଣା କରିଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିର୍ବାଚନ ପ୍ରଭାରୀ ଦାୟିତ୍ୱ ଦିଆଯାଇଛି। ଅନୁରାଗ ଠାକୁର, ସରୋଜ ପାଣ୍ଡେ ଏବଂ ଅର୍ଜୁନ ରାମ ମେଘୱାଲଙ୍କୁ ୟୁପିର ସହ-ନିର୍ବାଚନ ପ୍ରଭାରୀ ଦାୟିତ୍ୱ ଦିଆଯାଇଛି। ସେହିଭଳି ଉତ୍ତରାଖଣ୍ଡଶରେ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ନିର୍ବାଚନ ପ୍ରଭାରୀ ଦାୟିତ୍ୱ ଦିଆଯାଇଛି। ଲୋକସଭା ସାଂସଦ ଲକେଟ୍ ଚାଟାର୍ଜୀ ଓ ଜାତୀୟ ମୁଖପାତ୍ର ସର୍ଦ୍ଦାର ଆରପି ସିଂ ସହ-ଦାୟିତ୍ୱରେ ରହିବେ ଏବଂ ସେଠାରେ ରହିବେ।

ଏହା ବ୍ୟତୀତ ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ମଣିପୁର ବିଜେପିର ନିର୍ବାଚନ ଦାୟିତ୍ୱରେ ରହିବେ। ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ଶେଖୱାତ ପଞ୍ଜାବର ଦାୟିତ୍ୱରେ ଥିବାବେଳେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଗୋଆ ଦାୟିତ୍ୱରେ ରଖାଯାଇଛି।

Show More

Related Articles

Back to top button