ବାସ୍ତୁ ଶାସ୍ତ୍ର ଅନୁସାରେ ଗୃହରେ ଏହି ୪ଟି ପରିବର୍ତନ କରିବା ଦ୍ୱାରା ଚମକିବ ଭାଗ୍ୟ
ବାସ୍ତୁ ଶାସ୍ତ୍ର ଅନୁସାରେ ପ୍ରତେକ ଜିନିଷରୁ ସକାରାତ୍ମକ ଓ ନକାରାତ୍ମକ ଶକ୍ତି ମିଳିଥାଏ l ଏହି ଶକ୍ତି ଆମର ସଫଳତା ଉପରେ ପ୍ରଭାବ ପକାଇଥାଏ

ଅନେକ ଥର ଏପରି ହୋଇଥାଏ ଯେତେବେଳେ ଆମେ ଅନେକ ପରିଶ୍ରମ କରିବା ସତ୍ୱେ ମଧ୍ୟ ସଫଳତା ପାଇ ନଥାଉ l ନିଜର ଘରର ସାମାନ୍ୟ ପରିବର୍ତନ ଦ୍ୱାରା ବାସ୍ତୁ ଦୋଷରୁ ରକ୍ଷା ପାଇ ପାରିବା l
* ଘରର ଏହି ଦିଗରେ ପୂଜା ଘର ରହିବା ଆବଶ୍ୟକ
ବାସ୍ତୁଶାସ୍ତ୍ରରେ କୁହା ଯାଇଛି ଘରେ ଐଶାନ୍ୟ କୋଣରେ ପୂଜା ଘର ରହିବା ଆବଶ୍ୟକ l ଘରର ପୂଜା ଘର ଉତ୍ତର ଦିଗରେ ହେବା ଆବଶ୍ୟକ l ଏହା ସହିତ ପୂଜା ଘର ଉଚ୍ଚ ସ୍ଥାନରେ ହେବା ଆବଶ୍ୟକ l
* କାନ୍ଥ ଘଡି ପାଇଁ ଦିଗ
ଘଡି ଆମକୁ ସଠିକ ସମୟ କହିଥାଏ l ଯଦି ଏହାକୁ ସଠିକ ଦିଗରେ ଲଗା ନଯାଏ ତେବେ ଆପଣଙ୍କର ଆର୍ଥିକ କ୍ଷତି ହୋଇପାରେ l ବାସ୍ତୁ ଶାସ୍ତ୍ର ଅନୁସାରେ ,ଘଡ଼ିକୁ କେବେବି ଆପଣଙ୍କ ଘରର ପଶ୍ଚିମ ଓ ଦକ୍ଷିଣ ଦିଗରେ ଲଗାଇବା ଉଚିତ ନୁହେଁ l ଆପଣ ଘଡ଼ିକୁ ପୂର୍ବ ଓ ଉତ୍ତର ଦିଗରେ ଲଗାନ୍ତୁ l
* ତୁଳସୀ ଚଉଁରା
ତୁଳସୀ ଚଉଁରାକୁ ହିନ୍ଦୁ ଧର୍ମରେ ଅନେକ ମହତ୍ୱ ଦିଆଯାଏ l ବାସ୍ତୁ ଶାସ୍ତ୍ର ରେ କୁହାଯାଇଛି ତୁଳସୀ ଗଛକୁ ଘର ଅଗଣାରେ ଲଗା ଯାଇଥାଏ l ଯଦି ଏହି ବୃକ୍ଷ ପୂର୍ବ ଉତ୍ତର ଦିଗରେ କିମ୍ବା ଉତ୍ତର ଦିଗରେ ଲଗାଯାଏ ତେବେ ଶୁଭ ସଂକେତ ମିଳିଥାଏ l ଏହି ସ୍ଥାନରେ ଲଗାଇବା ଦ୍ୱାରା ଆର୍ଥିକ ସ୍ଥିତି ମଝବୁତ ହୋଇଥାଏ l
* ଘର ପୋଛିବା ସମୟରେ ଏହି କଥାର ଧ୍ୟାନ ରଖନ୍ତୁ
ବାସ୍ତୁ ଶାସ୍ତ୍ରରେ କୁହାଯାଇଛି ଘର ପୋଛିବା ସମୟରେ ଗଡା ଲୁଣ ପକାଇ ପୋଛିବା ଆବଶ୍ୟକ l ଏପରି କହିବା ଦ୍ୱାରା ଭାଗ୍ୟର ପରିବର୍ତ୍ତନ ହୋଇଥାଏ l