
ବେଙ୍ଗାଲୁରୁ : ବିବାହ ପ୍ରସ୍ତାବରେ ରାଜି ନହେବାରୁ ମହିଳାଙ୍କୁ ଏସିଡ୍ ମାଡ଼ । ଜଣେ ୩୨ ବର୍ଷୀୟା ମହିଳାଙ୍କୁ ତାଙ୍କ ପୁରୁଷ ସହକର୍ମୀ ବିବାହ ପ୍ରସ୍ତାବ ଦେଇଥିଲେ କିନ୍ତୁ ସେ ଏଥିରେ ଅମଙ୍ଗ ହେବାରୁ ପୁରୁଷ ସହକର୍ମୀ ଜଣକ ମହିଳାଙ୍କୁ ଏସିଡ୍ ମାଡ଼ କରିଥିବା ଜଣାପଡିଛି । ଏକ ଘରୋଇ ହସ୍ପିଟାଲରେ ମହିଳା ଜଣକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବାବେଳେ ବର୍ତ୍ତମାନ ସେ ବିପଦମୁକ୍ତ ଥିବା ଡିସିପି ସାଉଥ ହରିଶ ପାଣ୍ଡେ କହିଛନ୍ତି। ଅଭିଯୁକ୍ତ ପୁରୁଷ ସହକର୍ମୀ ଅହମଦ ଫେରାର ଥିବା ଜଣାପଡିଛି ।
ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ , ମହିଳା ଜଣକ ବିବାହିତ ଥିବା ବେଳେ ସ୍ବାମୀଙ୍କ ସହ ଛାଡ଼ପତ୍ର ହୋଇଯାଇଛି। ଏପରି କି ମହିଳାଙ୍କ ୩ ପିଲା ମଧ୍ୟ ଅଛନ୍ତି। ପୀଡିତା ଏବଂ ଅହମଦ ଏକ ଧୂପକାଠୀ କାରଖାନାରେ ପ୍ରାୟ ୩ ବର୍ଷ ହେଲା କାମ କରୁଥିଲେ। ହେଲେ ମହିଳାଙ୍କୁ ବିବାହ କରିବା ଲାଗି ଅହମଦ ପ୍ରସ୍ତାବ ଦେବାସହ ଚାପ ମଧ୍ୟ ପକାଉଥିଲେ। ଏଭଳିସ୍ଥିତିରେ ମହିଳା ଜଣକ ବିବାହ କରିବାକୁ ମନା କରି ଦେଇଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ଅହମଦ ତାଙ୍କ ଉପରେ ଏସିଡ୍ ଆକ୍ରମଣ କରିଥିବା ପୋଲିସ ପକ୍ଷରୁ କୁହାଯାଇଛି।