ଏବେ ଏଟିଏମ୍ଏ ବଂ ୟୁପିଏଇ ମାଧ୍ୟମରେ ଉଠାଇପାରିବେ ପିଏଫ୍ ଟଙ୍କା

ନୂଆ ଦିଲ୍ଲୀ: କର୍ମଚାରୀମାନଙ୍କ ପାଇଁ ବଡ଼ ସୁବିଧା ଆଣିଛି କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO)। ଏବେ ପିଏଫ୍ ଟଙ୍କା ଉଠାଇବା ପ୍ରକ୍ରିୟା ପୂର୍ବଠାରୁ ଅଧିକ ସହଜ ଓ ଦ୍ରୁତ ହୋଇପାରିଛି। ଆଉ ସପ୍ତାହ ଧରି ଅପେକ୍ଷା କରିବା ଦରକାର ନାହିଁ।
ନୂତନ ବ୍ୟବସ୍ଥା ଅନୁସାରେ, ଯୋଗ୍ୟ ଉପଭୋକ୍ତାମାନେ ଏଟିଏମ୍ କାର୍ଡ କିମ୍ବା Unified Payments Interface (UPI) ମାଧ୍ୟମରେ ସିଧା ପିଏଫ୍ ଆକାଉଣ୍ଟରୁ ଟଙ୍କା ଉଠାଇପାରିବେ। ଜରୁରୀ ସମୟରେ ଏହି ସୁବିଧା ବଡ଼ ସହାୟତା ହେବ।
ପୂର୍ବରୁ ପିଏଫ୍ ଟଙ୍କା ପାଇବା ପାଇଁ ଅନଲାଇନ୍ କ୍ଲେମ୍ ଦାଖଲ କରିବା ପରେ ୭ରୁ ୧୫ ଦିନ ସମୟ ଲାଗୁଥିଲା। କିନ୍ତୁ ଏବେ ଡିଜିଟାଲ୍ ପ୍ରଣାଳୀ ମାଧ୍ୟମରେ କେବଳ କିଛି ମିନିଟ୍ରେ ଟଙ୍କା ଆକାଉଣ୍ଟକୁ ଆସିଯିବ।
ଏହି ସୁବିଧା UMANG App ଓ ଇପିଏଫ୍ଓ 3.0 ପୋର୍ଟାଲ୍ରେ ଉପଲବ୍ଧ ହେବ। ଏପାଇଁ UAN ନମ୍ବରକୁ ଆଧାର ଓ ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ୍ କରିବା ଆବଶ୍ୟକ।
ଅସୁସ୍ଥତା, ବିବାହ କିମ୍ବା ଶିକ୍ଷା ଭଳି ଆକସ୍ମିକ ଆବଶ୍ୟକତାରେ ତୁରନ୍ତ ଆର୍ଥିକ ସହାୟତା ଦେବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ଇପିଏଫ୍ଓର ଏହି ନୂତନ ବ୍ୟବସ୍ଥା ଡିଜିଟାଲ୍ ଭାରତ ଦିଗରେ ଆଉ ଗୋଟିଏ ମହତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମନେ କରାଯାଉଛି।



