ଟସ୍ ଜିତି ଶ୍ରୀଲଙ୍କା ବିପକ୍ଷରେ ବ୍ୟାଟିଙ୍ଗ୍ କରୁଛି ନେଦର୍ଲାଣ୍ଡ୍ସ୍

ଆଜି ଉତ୍ତର ପ୍ରଦେଶ ଅନ୍ତର୍ଗତ ଲକ୍ଷ୍ନୌର ଇକାନା ଷ୍ଟାଡିୟମ୍ରେ କ୍ରିକେଟ୍ ବିଶ୍ବକପ୍ ୨୦୨୩ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍ରେ ‘ଟସ୍’ ଜିତିବା ପରେ ନେଦର୍ଲାଣ୍ଡସ୍ ଟିମ୍ର ଅଧିନାୟକ ସ୍କଟ୍ ଏଡ୍ୱାର୍ଡ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମେ ବ୍ୟାଟିଙ୍ଗ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୂଚନା ଅନୁସାରେ, ୧୭.୨ ଓଭର୍ ଖେଳି ୪ ୱିକେଟ୍ ହରାଇ ନେଦର୍ଲାଣ୍ଡ୍ସ୍ ୭୦ ରନ୍ ସଂଗ୍ରହ କରିଛି। ଆଜି ନେଦର୍ଲାଣ୍ଡ୍ ଏକାଦଶରେ ଖେଳୁଛନ୍ତି, ବିକ୍ରମଜିତ ସିଂହ, ମ୍ୟାକ୍ସ୍ ଓଡୱଡ୍, କଲିନ୍ ଆକର୍ମାନ୍, ବାସ୍ ଡି ଲିଡି, ସାଇବ୍ରାଣ୍ଡ୍ ଏଙ୍ଗେଲ୍ବ୍ରେଚ୍, ତେଜା ନିଦାମାନୁରୁ, ସ୍କଟ୍ ଏଡ୍ୱାର୍ଡସ୍ (ଅଧିନାୟକ/ୱିକେଟ୍ରକ୍ଷକ), ଲଗାନ୍ ଭାନ୍ ବିକ୍, ରୋଲଫ୍ ଭାନ୍ ଡର୍ ମେର୍ୱେ, ଅର୍ଯ୍ୟାନ୍ ଦତ୍ତ ଓ ପଲ୍ ଭାନ୍ ମିକେରେନ୍। ସେହିପରି ଶ୍ରୀଲଙ୍କା ଏକାଦଶରେ ଖେଳୁଛନ୍ତି, ପଥୁମ୍ ନିଶଙ୍କ, କୁଶଳ ପେରେରା, କୁଶଳ ମେଣ୍ଡିସ୍ (ଅଧିନାୟକ/ୱିକେଟ୍ରକ୍ଷକ), ସାଦୀରା ସମରବିକ୍ରମ, ଚରିତ ଆସାଲଙ୍କା, ଧନଞ୍ଜୟ ଡି ସିଲଭା, ଦୁଶନ ହେମନ୍ତ, ଚମିକା କରୁଣାରତ୍ନେ, ମହୀଶ ତୀକ୍ଷଣା, କସୁନ ରଜିତ ଓ ଦିଲ୍ଶାନ୍ ମଦୁଶଙ୍କା।