Breaking PLUSଦୁର୍ଘଟଣାଦେଶ ବିଦେଶମୁଖ୍ୟ ଖବର

ନ୍ୟୁୟର୍କ ବିମାନବନ୍ଦରରେ ଭୟଙ୍କର ଦୁର୍ଘଟଣା, ୨ ପାଇଲଟ ମୃତ

ଅମେରିକାର ଏଲାଗାର୍ଡିଆ ଏୟାରପୋର୍ଟରେ ଘଟିଛି ଏକ ବଡ଼ ବିମାନ ଦୁର୍ଘଟଣା। ଏୟାର କାନାଡା ଏକ୍ସପ୍ରେସର ଗୋଟିଏ ବିମାନ ଓ ଅଗ୍ନି ନିରାପତ୍ତା ଟ୍ରକ୍‌ ମଧ୍ୟରେ ଭୟଙ୍କର ଧକ୍କା ଲାଗିଥିବା ସୂଚନା ମିଳିଛି।
ରନୱେରେ ବିମାନଟି ଅବତରଣ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ବିମାନର ପାଇଲଟ ଓ କୋ-ପାଇଲଟଙ୍କ ମୃତ୍ୟୁ ଘଟିଥିବା ବେଳେ, ଅନ୍ୟ ଯାତ୍ରୀମାନେ ସାମାନ୍ୟରୁ ମଧ୍ୟମ ଆହତ ହୋଇଛନ୍ତି।
ଏହି ଘଟଣା ସମୟରେ ବିମାନରେ ୪ ଜଣ କ୍ରୁ ସଦସ୍ୟ ସହିତ ମୋଟ ୭୨ ଯାତ୍ରୀ ଥିଲେ। ବିମାନଟିର ସାମ୍ନା ଭାଗ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି।
ଅନ୍ୟପଟେ, ଅଗ୍ନି ନିରାପତ୍ତା ଟ୍ରକ୍‌ରେ ଥିବା ୨ ଜଣ କର୍ମଚାରୀ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କର ଅବସ୍ଥା ସ୍ଥିର ରହିଛି। ଘଟଣାଟି ସ୍ଥାନୀୟ ସମୟ ରାତି ପ୍ରାୟ ୧୧:୩୮ରେ ଘଟିଥିବା ବେଳେ, ଦୁର୍ଘଟଣା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା।
ଦୁର୍ଘଟଣା ପରେ ଫେଡରାଲ ଆଭିଏସନ ଆଡମିନଷ୍ଟ୍ରେଟନ ଲାଗାର୍ଡିଆ ବିମାନବନ୍ଦରରେ ସମସ୍ତ ବିମାନ ସେବାକୁ ସ୍ଥଗିତ କରିଥିଲା। ଏଥିପରେ ଆସୁଥିବା ବିମାନଗୁଡ଼ିକୁ ଅନ୍ୟ ଏୟାରପୋର୍ଟକୁ ମୁଖ ଘୁଞ୍ଚାଯାଇଥିଲା କିମ୍ବା ଫେରାଇ ଦିଆଯାଇଥିଲା।
ବର୍ତ୍ତମାନ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି, ତେବେ ଦୁର୍ଘଟଣାର ସଠିକ୍ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button