Breaking PLUSଓଡ଼ିଶାନିଯୁକ୍ତିମୁଖ୍ୟ ଖବରଶିକ୍ଷା
ଚଳିତ ବର୍ଷ ପୂରଣ ହେବ ୨୦ ହଜାର ଶିକ୍ଷକ ପଦବୀ
୨୦୨୬–୨୭ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୩୧,୯୯୭ କୋଟିରୁ ଅଧିକ ବଜେଟ୍ ବିଧାନସଭାରେ ମଞ୍ଜୁର ହୋଇଛି। ଚଳିତ ବର୍ଷ ଆଉ ୨୦ ହଜାର ଶିକ୍ଷକ ପଦବୀ ପୂରଣ ପାଇଁ ସରକାର ଯୋଜନା କରିଛନ୍ତି। ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ୧୦୧୦ କୋଟି ଓ ସମଗ୍ର ଶିକ୍ଷା ପାଇଁ ଅର୍ଥ ବରାଦ ହୋଇଛି। ଭିତ୍ତିଭୂମି ଉନ୍ନତି, ନୂତନ ଶ୍ରେଣୀଗୃହ ଓ ସୁବିଧା ପାଇଁ ମଧ୍ୟ ଅର୍ଥ ବ୍ୟବସ୍ଥା ରହିଛି। ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟପୁସ୍ତକ ଦେବା ସହ ଛାତ୍ରବୃତ୍ତି, ସାଇକେଲ ଓ ପୋଷଣ ଯୋଜନାକୁ ମଧ୍ୟ ଜୋର ଦିଆଯାଇଛି। ସରକାର ଗୁଣାତ୍ମକ ଶିକ୍ଷା ଓ ଭିତ୍ତିଭୂମି ମଜବୁତ କରିବାକୁ ପ୍ରାଥମିକତା ଦେଇଛନ୍ତି।

୨୦୨୬–୨୭ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୩୧,୯୯୭ କୋଟିରୁ ଅଧିକ ବଜେଟ୍ ବିଧାନସଭାରେ ମଞ୍ଜୁର ହୋଇଛି। ଚଳିତ ବର୍ଷ ଆଉ ୨୦ ହଜାର ଶିକ୍ଷକ ପଦବୀ ପୂରଣ ପାଇଁ ସରକାର ଯୋଜନା କରିଛନ୍ତି।
ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ୧୦୧୦ କୋଟି ଓ ସମଗ୍ର ଶିକ୍ଷା ପାଇଁ ଅର୍ଥ ବରାଦ ହୋଇଛି। ଭିତ୍ତିଭୂମି ଉନ୍ନତି, ନୂତନ ଶ୍ରେଣୀଗୃହ ଓ ସୁବିଧା ପାଇଁ ମଧ୍ୟ ଅର୍ଥ ବ୍ୟବସ୍ଥା ରହିଛି।
ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟପୁସ୍ତକ ଦେବା ସହ ଛାତ୍ରବୃତ୍ତି, ସାଇକେଲ ଓ ପୋଷଣ ଯୋଜନାକୁ ମଧ୍ୟ ଜୋର ଦିଆଯାଇଛି। ସରକାର ଗୁଣାତ୍ମକ ଶିକ୍ଷା ଓ ଭିତ୍ତିଭୂମି ମଜବୁତ କରିବାକୁ ପ୍ରାଥମିକତା ଦେଇଛନ୍ତି।


