ଓଡ଼ିଶା
ଭାଲୁ ଆକ୍ରମଣରେ ୬୨ ବର୍ଷୀୟା ମହିଳା ଗୁରୁତର

ବଲାଙ୍ଗୀର:ତୁରେକେଲା ବ୍ଲକର ଝରଣୀ ନୂଆପଡ଼ା ଗାଁରେ ଭାଲୁ ଆକ୍ରମଣରେ ଜଣେ ବୃଦ୍ଧା ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଜଣକ ହେଲେ ଟିକେମଣି କେତକୀ (୬୨)।
ସୂଚନା ଅନୁସାରେ, ସେ ଭୋର ସମୟରେ ଦୈନିକ କାମ ପାଇଁ ଗାଁ ପାଖର ଜଙ୍ଗଲକୁ ଯାଇଥିବା ବେଳେ ହଠାତ୍ ଜଙ୍ଗଲି ଭାଲୁ ଆକ୍ରମଣ କରିଥିଲା। ଆକ୍ରମଣରେ ତାଙ୍କ ମୁହଁ ଓ ହାତରେ ଗଭୀର ଆଘାତ ଲାଗିଛି।
ପ୍ରଥମେ ତାଙ୍କୁ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ଥିବାରୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି।
ଏହି ଘଟଣା ପରେ ଗାଁରେ ଭୟର ପରିସ୍ଥିତି ସୃଷ୍ଟି ହୋଇଛି। ଭାଲୁ ଭୟରେ ଲୋକେ ଜଙ୍ଗଲ ଆଡ଼କୁ ଯିବାକୁ ଭୟ କରୁଛନ୍ତି।



