ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଥାଏ, ଯେଉଁଥିପାଇଁ ଏହା ଅନେକ ସ୍ୱାସ୍ଥ୍ୟ ଉପକାର କରିଥାଏ । ତେବେ ଚାଲନ୍ତୁ ଜାଣିବା ଲବଙ୍ଗର ଉପକାରିତା ବିଷୟରେ..
ଲବଙ୍ଗରେ ଥିବା ପୋଷକ ତତ୍ତ୍ୱ:
ଏକ ଚାମଚ ବା ୨ ଗ୍ରାମ୍ ଲବଙ୍ଗରେ ୬ କ୍ୟାଲୋରୀ, ୧ ଗ୍ରାମ୍ କାର୍ବସ୍, ୧ ଗ୍ରାମ୍ ଫାଇବର୍, ଦୈନିକ ବ୍ୟବହୃର ୫୫ ପ୍ରତିଶତ ମାଙ୍ଗାନିଜ୍, ଦୈନିକ ବ୍ୟବହୃର ୨ ପ୍ରତିଶତ ଭିଟାମିନ୍-କେ ରହିଥାଏ ।
ଲବଙ୍ଗର ଫାଇଦା:
ମସ୍ତିଷ୍କ ଏବଂ ହାଡ ମଜବୁତ କରିଥାଏ:
ଲବଙ୍ଗରେ ମାଙ୍ଗାନିଜ୍ ରହିଥାଏ । ଦିନକୁ ଜଣେ ବ୍ୟକ୍ତି ଯେତିକି ମାଙ୍ଗାନିଜ ଆବଶ୍ୟକ କରିଥାଏ ୨ ଗ୍ରାମ ଲବଙ୍ଗ ତାହା ୫୫ ପ୍ରତିଶତ ଯୋଗାଇଥାଏ । ମାଙ୍ଗାନିଜ ଏକ ଜରୁରୀ ପୋଷକ ତତ୍ତ୍ୱ, ଯାହା ମସ୍ତିଷ୍କର କ୍ଷମତା ବୃଦ୍ଧି ଏବଂ ହାଡ଼କୁ ମଜବୁତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।
ସଂକ୍ରମଣରୁ ରକ୍ଷା କରିଥାଏ:
ଲବଣରେ ଆଣ୍ଟି-ବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟି-ମାଇକ୍ରୋବାୟଲ୍ ଗୁଣ ରହିଥାଏ । ଯାହା ବ୍ୟାକ୍ଟେରିଆ କିମ୍ବା ଅନ୍ୟାନ୍ୟ ଅଣୁଜୀବର ସଂକ୍ରମଣରୁ ସୁରକ୍ଷା ଯୋଗାଇଥାଏ ଏବଂ ଏହାର ଚିକିତ୍ସାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ, ଲବଙ୍ଗ ମଧ୍ୟ ପାଟିକୁ ସଂକ୍ରମଣରୁ ଦୂରେଇ ରଖିଥାଏ ।
ଲିଭରକୁ ସୁସ୍ଥ ରଖିଥାଏ:
ପଶୁମାନଙ୍କ ଉପରେ ହୋଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ ଲବଙ୍ଗରେ ଥିବା ୟୁଜେନୋଲ୍ କମ୍ପାଉଣ୍ଡ ଯକୃତକୁ ବିଶେଷ ଲାଭ ଦେଇଥାଏ । ଯକୃତ ପ୍ରଦାହ ଏବଂ ଅକ୍ସିଡେଟିଭ୍ ଚାପ ହ୍ରାସ କରି ଏହାର ଦକ୍ଷତା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।
ପେଟ ଅଲସର୍ ଚିକିତ୍ସାରେ ସହାୟକ ହୋଇଥାଏ:
ଅନେକ ଅନୁସନ୍ଧାନରେ ଏହା ପ୍ରମାଣିତ ହୋଇଛି ଯେ ପେଟ ଅଲସରର ଚିକିତ୍ସାରେ ଲବଙ୍ଗ ବହୁତ ସାହାଯ୍ୟ କରିଥାଏ ।