ଗୁଜରାଟରେ ମର୍ମନ୍ତୁଦ ଦୁର୍ଘଟଣା ; ରାସ୍ତା କଡରେ ଶୋଇଥିବା ଲୋକଙ୍କ ଉପରେ ମାଡିଗଲା ଟ୍ରକ, ୮ ମୃତ
ଗୁଜରାଟର ଅମରେଲୀରେ ସୋମବାର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ରାସ୍ତା କଡରେ ଶୋଇଥିବା ପ୍ରାୟ ୧୦ ଜଣ ଶ୍ରମିକଙ୍କୁ ଉପରେ ମାଡି ଯାଇଛି । ଏହି ଦୁର୍ଘଟଣାରେ ପ୍ରାୟ ୮ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକେ ଆହତ ହୋଇଛନ୍ତି ।

ଗୁଜରାଟର ଅମରେଲୀରେ ସୋମବାର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ରାସ୍ତା କଡରେ ଶୋଇଥିବା ପ୍ରାୟ ୧୦ ଜଣ ଶ୍ରମିକଙ୍କୁ ଉପରେ ମାଡି ଯାଇଛି । ଏହି ଦୁର୍ଘଟଣାରେ ପ୍ରାୟ ୮ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକେ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଭୋର ୩ଟା ସମୟରେ ଟ୍ରକ ଶ୍ରମିକଙ୍କ ଉପରେ ଚଢିଯିବା ପରେ ଘଟଣାସ୍ଥଳରେ ହଇଚଇ ସୃଷ୍ଟି ହୋଇଥିଲା । ଅମରେଲୀର ପୁଲିସଙ୍କ କହିବାନୁଯାୟୀ, ମୃତକ ୮ ଜଣଙ୍କ ମଧ୍ୟରେ ୧୩ ବର୍ଷର ୨ଜଣ ପିଲା ରହିଛନ୍ତି । ମୃତକଙ୍କ ମଧ୍ୟରେ ୨ ଜଣ ବୟସ୍କ ମଧ୍ୟ ରହିଛନ୍ତି । ବରଦା ଗାଁର ହୋଇଥିବା ଏହି ଦୁର୍ଘଟଣାରେ ୨ ଜଣ ଶିଶୁ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ଟ୍ରକ ଚାଳକଙ୍କ ଆଖି ଲାଗିଯିବାରୁ ଗାଡି ଉପରେ ନିୟନ୍ତ୍ରଣ ହଟିବା ପରେ ରାସ୍ତା କଡରେ ଥିବା ଏହି ଛୋଟ କୁଡିଆ ଉପରେ ମାଡି ଯାଇଥିଲା । ଏଥିରେ ପ୍ରାୟ ୧୦ ଜଣ ଶୋଇଥିଲେ ।
ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିବା ସହ ପୁଲିସ ଟ୍ରକ ଚାଳକକୁ ଗିରଫ କରିଛି ଓ ଟ୍ରକକୁ ମଧ୍ୟ ଜବତ କରିଛି ।


