Breaking PLUSଦେଶମୁଖ୍ୟ ଖବର

ଏଣିକି ଘରେ ବସି ଡାଉନ୍‌ଲୋଡ୍‌ କରି ହେବ ଗାଡ଼ି କାଗଜପତ୍ର, ଆଉ ଆରଟିଓ ଦଉଡ଼ିବା କିମ୍ବା ଡାକ କର୍ମଚାରୀଙ୍କୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ

ଏଣିକି ଘରେ ବସି ଅନଲାଇନରେ କରିହେବ ଗାଡ଼ି କାଗଜପତ୍ର କାମ । ଆଉ ସ୍ମାର୍ଟ କାର୍ଡ ନୁହେଁ, କିମ୍ବା ଆରଟିଓ ଅଫିସ୍‌ରେ ଧାଡ଼ି ବାନ୍ଧି ନୁହେଁ, ବରଂ ଘରେ ବସି ଡାଉନ୍‌ଲୋଡ୍‌ କରି ହେବ ଗାଡ଼ିର ସମସ୍ତ କାଗଜପତ୍ର । ଏନେଇ ବିଜ୍ଞପ୍ତି ଜାରି କରିଛି ବାଣିଜ୍ୟ ଓ ପରିବହନ ବିଭାଗ । ସ୍ମାର୍ଟ କାର୍ଡ ପ୍ରସ୍ତୁତ କରୁଥିବା ସଂସ୍ଥା ସ୍ମାର୍ଟ ଚିପ୍‌ ଲିମିଟେଡ୍‌ ସହ ହୋଇଥିବା ଚୁକ୍ତି ଅବଧି ଜୁଲାଇ ୨୮ରେ ଶେଷ ହୋଇଛି ।

ସଂସ୍ଥା ସହ ହୋଇଥିବା ଚୁକ୍ତିର ଆଉ ନବୀକରଣ ନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ନୂଆ ବ୍ୟବସ୍ଥାରେ ଡ୍ରାଇଭିଂ ଲାଇସେନ୍ସ, ପଞ୍ଜୀକରଣ ପ୍ରମାଣପତ୍ର, ବାଣିଜ୍ୟ ପ୍ରମାଣପତ୍ର, ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ ଓ ପରମିଟ୍‌ ପ୍ରଭୃତି ପାଇବା ପାଇଁ ଗାଡ଼ି ଚାଳକଙ୍କୁ ଆଉ ଆରଟିଓ ଦଉଡ଼ିବାକୁ ପଡ଼ିବ ନାହିଁ କିମ୍ବା ଡାକ କର୍ମଚାରୀଙ୍କୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ ବୋଲି ବିଭାଗ ବିଜ୍ଞପ୍ତିରେ ସ୍ପଷ୍ଟ କରିଛି ।

ଏଥିପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ଏକ ସ୍ୱତନ୍ତ୍ର ପୋର୍ଟାଲ ପ୍ରସ୍ତୁତ କରୁଛି । ଆସନ୍ତା ଜାନୁଆରି ୧ ତାରିଖରୁ ଏହି ସୁବିଧା ଉପଲବ୍ଧ ହେବାକୁ ଯାଉଛି । ଏଥିରେ ସମସ୍ତ କାଗଜପତ୍ର କର୍ତ୍ତୃପକ୍ଷଙ୍କର ଡିଜିଟାଲ ଦସ୍ତଖତରେ ଉପଲବ୍ଧ ହେବ । ଡାଉନ୍‌ଲୋଡ୍‌ ହେଉଥିବା ପିଡିଏଫ୍‌ ପୁଲିସ ଚେକିଂ ଠାରୁ ଆରମ୍ଭ କରି ଅନ୍ୟ ସମସ୍ତ ସରକାରୀ ବ୍ୟବସ୍ଥାରେ ଗ୍ରହଣୀୟ ହେବ ।

Show More

Related Articles

Back to top button