ବାଣିଜ୍ୟ

ଏବେ ମହଙ୍ଗା ଟମାଟର ବିଗାଡିବ ଆପଣଙ୍କ ରୋଷେଇ ବଜେଟ୍

କେଜିକୁ ବିକା ହେଉଛି ଦେଢଶହ ଟଙ୍କା!

ଟମାଟର କେଜି ଅତିବେଶିରେ କେତେ ହୋଇପାରେ ? ଏବେ ରାଷ୍ଟ୍ରୀୟ ରାଜଧାନୀରେ ଦେଢଶହ ଟଙ୍କା ଦରରେ ବିକ୍ରି ହେଉଛି। ଗତ କିଛି ଦିନ ହେଲା ବଜାରରେ ଟମାଟୋ ଦର ବଢିବଢି ଚାଲିଛି। ଏଥିରେ କେତେବେଳେ କେଜି ପିଛା ଦର ଶହେ ପାର କରି ଦେଢ ଶହରେ ପହଞ୍ଚିଲାଣି ଖାଉଟି ବି ଜାଣି ନାହାନ୍ତି। ଅଚାନକ ଦର ପଚାରିବା ବେଳେ କେଜି ଦେଢଶହ ଟଙ୍କା ଶୁଣି ଲୋକେ ଚମକୁଛନ୍ତି। ଦେଶର ଅନେକ ରାଜ୍ୟରେ ଅଦିନିଆ ବର୍ଷା ଟମାଟୋ ଦର ବିଗାଡି ଦେଇଛି। କିଛି ଦିନ ପୂର୍ବରୁ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଦକ୍ଷିଣ ଭାରତୀୟ ରାଜ୍ୟରେ ବିତ୍ପାତ ରଚିଥିଲା। ଫଳରେ ଚାଷ ବୁଡ଼ି ଯାଇଥିବା ବେଳେ ଲୋକଙ୍କ ପରିବା ଝୁଡିରୁ ଟମାଟୋ ଗାୟବ ହୋଇଯାଇଛି। ବଜାରରେ ଟମାଟୋର ଆକାଶ ଛୁଆଁ ଦରକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ଲୋକ ମୂଲ୍ୟ ବୃଦ୍ଧିକୁ ନେଇ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିସାରିଲେଣି।

ଦିଲ୍ଲୀ ପରିବା ମଣ୍ଡିମାନଙ୍କରେ ଟମାଟୋ ପାଇକାରୀ ଦର କେଜି ପ୍ରତି ୧୨୦ ଟଙ୍କାରେ ବିକ୍ରି ହେଉଛି। ଏଣୁ ଖୁଚୁରା ଦର ସେହି ଅନୁସାରେ ୧୫୦ରୁ ୧୭୦ ଟଙ୍କାକୁ ପହଞ୍ଚିଛି। ସାଧାରଣତଃ ଶୀତଋତୁ ବେଳକୁ ଦେଶରେ ଟମାଟୋ ଦର ହ୍ରାସ ହୋଇଥାଏ। ହେଲେ ଏଥର ବିପରୀତ ପରିସ୍ଥିତି ଉପୁଜିଛି। ପ୍ରାକୃତିକ ଦୁର୍ବିପାକ ଟମୋଟୋ ଭଳି ପରିବା ଦରକୁ ଆକାଶରେ ଥୋଇଛି। କେବଳ ଦିଲ୍ଲୀ ନୁହେଁ ଚେନ୍ନାଇରେ ମଧ୍ୟ ଟମାଟୋ ଦର କେଜି ପିଛା ୧୬୦ ଟଙ୍କାରେ ବିକ୍ରି ହେଉଥିବା ଦେଖା ଯାଇଛି। ବେଙ୍ଗାଲୁରୁରେ ଏବେ ଟମାଟୋ ୧୦୦ରୁ ୧୨୦ ଟଙ୍କା ଦରରେ ବିକ୍ରି ହେଉଥିବା ବେଳେ ମୁମ୍ବାଇରେ ୮୦ରୁ ୧୦୦ ଟଙ୍କା ଦରରେ ବିକ୍ରି ହେଉଛି। ମୂଲ୍ୟ ବୃଦ୍ଧି ପାଇଁ ପରିବା ବେପାରୀମାନେ ଡିଜେଲ ମୂଲ୍ୟକୁ ଦାୟି କରୁଛନ୍ତି। ଟମାଟୋ ଏକ ଚାଲାଣ ପରିବା ଓ ଅନେକ ଦୂରରୁ ବୁହା ହୋଇ ଆସୁଛି। ସେହି ଅନୁସାରେ ପରିବହନ ଖର୍ଚ୍ଚ ମିସାଇ ଦର ଆକାଶ ଛୁଉଁଥିବା କହୁଛନ୍ତି। ତେବେ ବାସ୍ତବିକ କଥା ହେଉଛି ଲଘୁଚାପ ବର୍ଷା ଯୋଗୁ ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରେ ଟାମାଟୋ ଫସଲ ଉଜୁଡି ଯାଇଛି। ଯଦିଓ ଅନ୍ୟ ରାଜ୍ୟରେ ଟମୋଟା ଚାଷ ହେଉଛି ହେଲେ ଚାହିଦା ଓ ଯୋଗାଣ ତାଳମେଳ ହେଉ ନଥିବାରୁ ଦରବୃଦ୍ଧି ହେଉଥିବା ବେପାରୀମାନେ କହିଛନ୍ତି।

Show More

Related Articles

Back to top button