Breaking PLUSଓଡ଼ିଶାମୁଖ୍ୟ ଖବର

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର କ’ଣ ରହିଛି ବିଶେଷତ୍ୱ ଆସନ୍ତୁ ଜାଣିବା

🍁 ଶ୍ରୀକ୍ଷେତ୍ରବାସୀଙ୍କ ପାଇଁ ୨୪ ନଭେମ୍ବର ବୁଧବାର ସର୍ବଦା ସ୍ମରଣୀୟ ରହିବ । ଏକ ନୂତନ ପୁରୀ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଖୁବଶୀଘ୍ର ଆରମ୍ଭ ହେବ ।
ଶ୍ରୀମନ୍ଦିର ଚାରିପଟେ ୭୫ ମିଟର ଚୌହଦିରେ ନିର୍ମାଣ ହେଉଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏହି ପ୍ରକଳ୍ପର ଚାରି ଗୋଟି ବିଶେଷତ୍ୱ ରହିଛି । ପ୍ରଥମଟି ହେଉଛି ପରିକ୍ରମା ପ୍ରକଳ୍ପରେ ଯାତ୍ରୀ ସେବା ଓ ଐିତିହ୍ୟ ପରିକ୍ରମା ବିକାଶ । ଏହାକୁ ନଅ ଗୋଟି ଜୋନରେ ବିଭକ୍ତ କରାଯାଇଛି । ଦ୍ୱିତୀୟଟି ହେଉଛି ୬ ହଜାର ତୀର୍ଥଯାତ୍ରୀଙ୍କ ପାଇଁ ଅଭ୍ୟର୍ଥନା ପ୍ରକୋଷ୍ଠ । ତୃତୀୟ ପ୍ରସଙ୍ଗ ରହିଛି ଦର୍ଶନାର୍ଥୀଙ୍କୁ ଯାବତୀୟ ସୁବିଧା ସୁଯୋଗ ପ୍ରଦାନ । ଶେଷ ପ୍ରସଙ୍ଗ ହେଉଛି ପରିକ୍ରମା ପ୍ରକଳ୍ପ ପରିସରରେ ରହିଥିବା ୧୫ଟି ପୁରାତନ ମଠ ସମୂହର ପୁନଃନିର୍ମାଣ । ସୂଚନାଯୋଗ୍ୟ, ଶ୍ରୀମନ୍ଦିର ସାମ୍ନା ଇଲାକା ସମ୍ପୂର୍ଣ୍ଣ ଖୋଲା ରହିବ । ପରିକ୍ରମା ପ୍ରକଳ୍ପ ଶ୍ରୀମନ୍ଦିରର ଅନ୍ୟ ତିନି ଦିଗରେ ରହିବ ।
ବଫର ଜୋନ 🍁🍁🍁
ପ୍ରଥମ ଦଫାରେ ରହିଛି ଶ୍ରୀମନ୍ଦିର ଐିତିହ୍ୟ ପରିକ୍ରମା ବିଭାଗରେ ରହିଛି ନଅ ଗୋଟି ଜୋନର ବିକାଶ ପରିକଳ୍ପନା । ପ୍ରଥମ ପରିକଳ୍ପନାରେ ରହିଛି ମେଘନାଦ ପାଚେରିକୁ ଲାଗି ସାତ ମିଟର ଓସାର ଇଲାକାରେ ଚିହ୍ନଟ ହେବ ବଫର ଜୋନ । ଏହାକୁ ଦୁଇ ଭାଗ କରାଯାଇଛି । ମେଘନାଦ ପାଚେରି କଡ଼ରେ ଦୁଇ ମିଟର ଇଲାକାରେ ଷ୍ଟାଫଙ୍କ ତଦାରଖ ପାଇଁ ବଫେର ଜୋନ । ବାକି ୫ ମିଟର ଇଲାକାରେ ଏକ ମିଟର ଉଚ୍ଚତାର ଆକର୍ଷଣୀୟ ଟେରେସ୍‌ ।
ଭିତର ପ୍ରଦକ୍ଷିଣ ମାର୍ଗ 🍁🍁
ଏହାକୁ ଲାଗି ଦଶ ମିଟର ଇଲାକାରେ ଭିତର ପ୍ରଦକ୍ଷିଣ ମାର୍ଗ । ଏହି ପରିକ୍ରମା ମାର୍ଗରେ ଠାକୁରମାନେ ଯାନିଯାତ୍ରାରେ ଶ୍ରୀମନ୍ଦିର ବାହାରେ ପରିକ୍ରମା କରିବେ । ତା ସହ ଅନ୍ୟ ସମୟରେ ଯାତ୍ରୀମାନେ ଏହି ପରିକ୍ରମା ମାର୍ଗ ଦେଇ ଶ୍ରୀମନ୍ଦିର ପ୍ରଦକ୍ଷିଣ କରିବେ ।
ଲ୍ୟାଣ୍ଡସ୍କେପ୍‌ ଜୋନ 🍁🍁
ଏହାକୁ ଲାଗି ରହିବ ୧୪ ମିଟର ଓସାରର ଲ୍ୟାଣ୍ଡସ୍କେପ୍‌ ଜୋନ୍‌ । ଏହି ଜୋନରେ ଉଦ୍ୟାନ ରହିବ । ମହାପ୍ରଭୁଙ୍କ ସେବାପୂଜାରେ ବିନିଯୋଗ ହେଉଥିବା ବନସ୍ପତି, ପୁଷ୍ପ, ପତ୍ର ଆଦି ଏହି ଲ୍ୟାଣ୍ଡସ୍କେପରେ ରହିବ ।
ବାହ୍ୟ ପ୍ରଦକ୍ଷିଣ ମାର୍ଗ 🍁🍁
ଭିତର ପରିକ୍ରମାକୁ ଲାଗି ନିର୍ମାଣ ହେବ ୮ ମିଟର ଚଉଡ଼ାର ବାହ୍ୟ ପ୍ରଦକ୍ଷଣ ମାର୍ଗ । ଏହି ଜୋନରେ ବୃକ୍ଷ ରୋପଣ ହେବ । ତୀର୍ଥଯାତ୍ରୀଙ୍କୁ ଗଛ ଛାଇ ଯୋଗାଇବାକୁ ବନାନୀ ସୃଷ୍ଟି ଭଳି ବନୀକରଣ ହେବ ।
ଲୋକସେବା ଜୋନ୍‌ 🍁🍁
ବାହ୍ୟ ପ୍ରଦକ୍ଷିଣ ଜୋନକୁ ଲାଗି ରହିବ ୧୦ ମିଟର ଚଉଡ଼ାର ଲୋକସେବା ଜୋନ୍‌ । ଏହି ଜୋନ୍‌ରେ ବୃକ୍ଷଲତା ସମେତ ବିଶ୍ରାମ କକ୍ଷ, ପାନୀୟ ଜଳ ସେବା, ଜଳ ଫୁଆରା, ସୂଚନା ଓ ଦାନ କେନ୍ଦ୍ର, ପଥଚାରୀଙ୍କ ପାଇଁ ପଥପ୍ରାନ୍ତ ବିଶ୍ରାମ ବ୍ୟବସ୍ଥା ରହିବ ।
ରକ୍ଷଣାବେକ୍ଷଣ ମାର୍ଗ 🍁🍁
ପରିକ୍ରମା ପ୍ରକଳ୍ପ ମାର୍ଗର ରକ୍ଷଣାବେକ୍ଷଣ ପାଇଁ ଯାନବାହନ ଚଳାଚଳ ନିମନ୍ତେ ପାଞ୍ଚ ମିଟର ଜୋନ ଲୋକ ସେବା ଜୋନ୍‌କୁ ଲାଗି ରହିବ । ଏହି ରାସ୍ତା ଦେଇ ଯାନବାହନ ତଥା ଯନ୍ତ୍ରାଂଶ ଆଦି ପରିକ୍ରମା ଭିତରକୁ ଯାତାୟତ କରିବ ।
ଆପଦକାଳୀନ ସେବା 🍁🍁
ଏହି ଜୋନକୁ ଲାଗି ରହିବ ଜରୁରିକାଳୀନ ତଥା ଆପଦକାଳୀନ ସେବା ପରିଚାଳନା ନିମନ୍ତେ ସାଢ଼େ ୪ ମିଟର ଚଉଡ଼ାର ଜୋନ । ଜରୁରିକାଳୀନ ସ୍ଥିତିରେ ଏହି ଜୋନ ସେବାକରୀ ତଥା ନିରାକରଣ ଦଳ ପ୍ରବେଶ କରିବେ ।
ସର୍ବସାଧାରଣ ଯାତାୟାତ ପଥ🍁🍁
ପରିକ୍ରମା ପ୍ରକଳ୍ପର ଅଷ୍ଟମ ଜୋନରେ ସାଢ଼େ ସାତ ମିଟର ଚଉଡ଼ାର ସର୍ବସାଧାରଣ ଯାନବାହନ ଯାତାୟାତ ରାସ୍ତା ।
ପାର୍କିଂ ସ୍ପେସ 🍁🍁
ଶେଷ ତଥା ନବମ ଜୋନରେ ସାତ ମିଟର ଚଉଡ଼ାର ଚଲାପଥ, ପରିକ୍ରମା ସୀମାକୁ ଲାଗି ରହିଥିବା ବସତି ଲୋକଙ୍କ ଯାତାୟତ ସୁବିଧା ବ୍ୟତୀତ ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀଙ୍କ ଯାନବାହନ ପାର୍କିଂ ପ୍ଳେସ ସେବା ନିର୍ମାଣ କରାଯିବ ।

Show More

Related Articles

Back to top button