
ବଢୁଛି ପାରଦ କମିବ ଶୀତ । ୨୭ ରୁ ୩୦ତାରିଖ ପର୍ଯ୍ୟନ୍ତ ପାଗ ମେଘୁଆ ରହିବ । ଧୀରେ ଧୀରେ ରାତିର ତାପମାତ୍ରା ବଢ଼ିବ । ତିନି ସ୍ଥାନରେ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ରାଜ୍ୟର କିଛି ଅଂଶରେ ରାତିରେ କୁହୁଡ଼ି ପଡ଼ିବା । ୨୮ ତାରିଖରୁ ରାଜ୍ୟରେ ପାଗ ପରିବର୍ତ୍ତନ ରହିବ ବୋଲି କୁହାଯାଇଛି ।
ସେହିଭଳି ଉପକୂଳରେ ସର୍ବନିମ୍ନ ତାପମାତ୍ରା ବଢ଼ିବ ଓ ଶୀତ କମିବ । ୨୭ ତାରିଖରୁ ରାଜ୍ୟକୁ ଉତ୍ତରା ପବନ ପରିବର୍ତ୍ତେ ସାମୁଦ୍ରିକ ପବନ ବହିବାର ସମ୍ଭାବନା ରହିଛି । ଉତ୍ତର-ପଶ୍ଚିମ ତଥା ଉତ୍ତର ଦିଗରୁ ଥଣ୍ଡା ଓ ଶୁଷ୍କ ପବନ ପ୍ରବାହିତ ହେବ । ଆଭ୍ୟନ୍ତରୀଣ ଓଡ଼ିଶାରେ ପବନ ବହିବା ପରିବର୍ତ୍ତେ ବଙ୍ଗୋପସାଗରରୁ ଉଷ୍ମ ଓ ୨୮ରୁ ୩୦ତାରିଖ ପର୍ଯ୍ୟନ୍ତ ପାଗ ମେଘୁଆ ରହିବ ବୋଲି ଆକଳନ କରାଯାଇଛି ।